କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରେ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି ଲମତାପୁଟ ଥାନା ପୁଲିସ। ଆନ୍ଧ୍ର ସୀମାନ୍ତ ଜଲାପୁଟରୁ ରାଜ୍ୟ ବାହାରକୁ ଚାଲାଣ ବେଳେ ୨୭୯ କେଜି ଗଞ୍ଜେଇ ଜବତ ହୋଇଛି। ବ୍ଲକର ସିଲେଇପୁଟ ଛକରେ ଗାଡ଼ି ଯାଞ୍ଚ ବେଳେ ଧରିଲା ପୁଲିସ। ଘଟଣାରେ ସମ୍ପୃକ୍ତ ଥିବା ଡ୍ରାଇଭର ଫେରାର ମାରିଥିବା ପୁଲିସ କହିଛି। ଏହି ଗଞ୍ଜେଇ ଛତିଶଗଡ଼କୁ ଚୋରାଚାଲାଣ ହେଉଥିଲା ବୋଲି ଜଣାଯାଇଛି।
/sambad/media/post_attachments/wp-content/uploads/2022/07/01d538b3-7e38-4f9e-982e-dcc9e29ac567.jpg)
ସୂଚନାଯୋଗ୍ୟ, କିଛି ଦିନ ତଳେ କୋରାପୁଟ ଜିଲ୍ଲାରେ ଦୁଇଟି ପୃଥକ ଘଟଣାରେ ମୋଟ ୭୬୯ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଥିଲା। ନନ୍ଦପୁର ସବ୍ ଡିଭିଜନ୍ ଅନ୍ତର୍ଗତ ମାଛକୁଣ୍ଡ ବାଙ୍ଗୁରିପଡ଼ା ଛକରେ ପୁଲିସ ପାଟ୍ରୋଲିଂ ବେଳେ ପ୍ରାୟ ଏହି ଗଞ୍ଜେଇ ଜବତ ହୋଇଥିଲା। ନନ୍ଦପୁର ଛକରେ ଟ୍ରକ୍ ସହ ୫୧୮ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏଠାରୁ ୨ଜଣଙ୍କୁ ଗିରଫ କରାଯାଇଥିଲା। ଉକ୍ତ ଦୁଇ ଅଭିଯୁକ୍ତ ହେଲେ ପ୍ରେମପାଲ ସିଂହ ଓ ଦେବେନ୍ଦ୍ର ସିଂହ। ଏଣେ ଲମତାପୁଟ ପୁଲିସ ବଙ୍ଗୁରପଡା ଛକରୁ ଏକ ଆଇଚର ଗାଡ଼ିରୁ ୨୫୧ କିଲୋଗ୍ରାମ ବେଆଇନ ଗଞ୍ଜେଇ ଜବତ କରିଥିଲା। ଏହି ମାମଲାରେ ଧନେଶ ସିସା ନାମକ ଜଣେ ବ୍ୟକ୍ତି ଧରାପଡ଼ିଥିଲେ।
ଏଣେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ପୁଲିସ ଆଜି ୫୬ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ସୂଚନା ଅନୁଯାୟୀ ବୈପାରିଗୁଡ଼ା ପୁଲିସ ଆଜି ପେଟ୍ରୋଲିଂ କରୁଥିବା ବେଳେ କୁନ୍ଦୁରା ରାସ୍ତାର ବାସିନିଗୁଡ଼ା ନିକଟରେ ଏକ ଧଳା ରଙ୍ଗର କାର୍ ଦ୍ରୁତ ଗତିରେ କୁନ୍ଦୁରା ଆଡ଼କୁ ଯାଉଥିଲା। ସନ୍ଦେହ କରି ସେହି କାରଟିକୁ ଅଟକେଇବା ବେଳେ ଡ୍ରାଇଭର ଏବଂ ତାଙ୍କ ସହଯୋଗୀ ପୁଲିସକୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ତେବେ ପୁଲିସ ଏସ୍ଆଇ ସୂର୍ଯ୍ୟ ନାରାୟଣ ପାଢ଼ୀ କାର୍ (ଏମ୍ଏଚ୍ ୪୩ ଆର୍ ୧୩୫୮)କୁ ଯାଞ୍ଚ କରିବାରୁ ସେହି କାରରେ ଗଞ୍ଜେଇ ଥିବା ଜାଣିପାରି କାରଟିକୁ ଜବତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/f737bbba-4216-4d0e-a521-02915885ec09.jpg)