ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସକୁ ମିଳିଛି ପୁଣି ସଫଳତା। ମାଛକୁଣ୍ଡ ଥାନା ନିକଟ ବିଜାଗୁଡ଼ାରୁ ୧୫୯ କେଜି ୮୦୦ ଗ୍ରାମ୍ ଓଜନର ଗଞ୍ଜେଇ ଜବତ ହୋଇଛି। ଥାନା ଅଧିକାରୀ ଡମ୍ବରୁଧର ବାତ୍ରାଙ୍କ ନେତୃତ୍ବରେ ପୁଲିସ ଏହି ଚଢ଼ଉ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା। ବାହାର ରାଜ୍ୟକୁ ବିକ୍ରି ଯୋଜନା ବେଳେ ପୁଲିସ ଚଢ଼ଉ କରି ଉକ୍ତ ଗଞ୍ଜେଇ ଜବତ କରିଥିବା ଜଣାଯାଇଛି। ତେବେ ଏହି ମାମଲାରେ କାହାରିକୁ ଗିରଫ କରାଯାଇନାହିଁ।

Advertisment

ମାଛକୁଣ୍ଡ ଥାନା ଅନ୍ତର୍ଗତ ବିଜାଗୁଡା ଗାଁ ନିକଟରେ ମାଫିଆମାନେ ଗଞ୍ଜେଇ ଚୋରାଚାଲାଣ କରି ବାହାର ରାଜ୍ଯକୁ ପଠାଉଥିଲେ। ବିଶେଷ ସୂତ୍ରରୁ  ମାଛକୁଣ୍ଡ ପୁଲିସକୁ ଖବର ମିଳିଥିଲା। ମାଛକୁଣ୍ଡ ଥାନା ଅଧିକାରୀ ଡମ୍ବୁରଧର ବାତ୍ରିଆଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲେ। ପୁଲିସ ଆସିବା ଖବର ଶୁଣି ମାଫିଆମାନେ ସେଠାରୁ ଚମ୍ପଟ ମାରିଥିଲେ। ପୁଲିସ ଜବତ କରି ଗଞ୍ଜେଇ ଥାନାକୁ ଆଣି ତଦନ୍ତ କରୁଥିବା ବେଳେ ଉକ୍ତ ଗଞ୍ଜେଇକୁ ଓଜନ କରାଯାଇଥିଲା ସେଥିରେ ୧୫୯ କେଜି ୮୦୦ ଗ୍ରାମ ରହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏହା ବାହାର ରାଜ୍ଯକୁ ଚୋରା ଚାଲାଣ ହେଉଥିଲା ।