ଜୟପୁର : ୫୬ କେଜି ଗଞ୍ଜେଇ ଜବତ,୨ ଗିରଫ

ଜୟପୁର : ଜୟପୁର ସଦରଥାନା ପୁଲିସ ଆଜି ଆଉ ଏକ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣକରିଛି। ପାତ୍ରପୁଟ ପୋଲ ନିକଟରେ ଚୋରା ଚାଲାଣ ହେଉଥିବା ଏକ ଓ୍ବାଗନର କାର(ଏଚ ଆର- ୨୬ ଏ- ଆର ୫୯୩୨)ରୁ ୫୬କେଜି ୭ଶହ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହା ସହ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ ଦିଲ୍ଲୀ ଇନ୍ଦ୍ରପୁରି ଅଞ୍ଚଳର ଜି. ମୁରଗାନ(୪୦) ଓ ପଶ୍ଚିମ ଦିଲ୍ଲୀର କେ.ଲାୟର(୫୧)। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି।  କୋରାପୁଟ ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି ଗଞ୍ଜେଇ ବ୍ୟବସାୟ। ଏହାକୁ ରୋକିବାକୁ ପୁଲିସ ଯେତେ ଜାଲ ବିଛାଉଛି ସେତିକି ଚାଲାଣ ହୋଇଛନ୍ତି ଚଲାଣକାରୀ। ପୁଲିସ ଲଗାତାର ଧରିବାରେ ସଫଳ ହୋଇଥିଲେ ମଧ୍ୟ ପ୍ରତିଦିନ ଗଞ୍ଜେଇ ଚାଲାଣ ଚାଲିଛି।

ମିଳିଥିବା ସୂଚନା  ଅନୁଯାୟୀ କୋରାପୁଟ ଜିଲ୍ଲା ଲମତାପୁଟ ପଟରୁ ଜୟପୁର ସହର ମଧ୍ୟକୁ ଏକ ମାରୁତି ଵାଗନରରେ ଚୋରା ଗଞ୍ଜେଇ ଆସୁଥିବା ନେଇ ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଜୟପୁର ସଦରଥାନା ଭାରାପ୍ରାପ୍ତ ଅଧିକାରୀ ଆଦିତ୍ୟ ମହାକୁରଙ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ଆସିଥିଲା। ଏହି ସୂଚନାକୁ ଆଧାରର କରି ସଦଳବଳେ ସଦର ପୁଲିସ ପାତ୍ରପୁଟ ପୋଲ ନିକଟରେ ଏହି ଗାଡିଟିକୁ ଦେଖି ସନ୍ଦେହ ହେବାରୁ ଅଟକାଇଥିଲା। ନିୟମାନୁଯାୟୀ ଜଣେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଓ ଅନ୍ୟ ସାକ୍ଷୀମାନଙ୍କ ଉପସ୍ଥିତିରେ କାରର ତଲାସି କରାଯିବା ପରେ ସେଥିରୁ ୫୬ କେଜି ୭ଶହ କିଲୋ ଓଜନର ଗଞ୍ଜେଇ ଜବତ କରାଯାଇଥିଲା ବୋଲି ଶ୍ରୀ ମହାକୁର କହିଛନ୍ତି।

ସମ୍ବନ୍ଧିତ ଖବର