ବୈପାରିଗୁଡ଼ା: ଛେଳି ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ବଡାଗୁଡା ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ। ବଡ଼ାଗୁଡ଼ା ଗ୍ରାମର ଦଶ ଜଣ ମହିଳା ମିଶି ମାଁ ବୀରଖମ୍ବ ସ୍ବୟଂ ସହାୟକ ଗୋଷ୍ଠୀ ନାମକ ଏକ ଗ୍ରୁପ୍ ଗଠନ କରିଛନ୍ତି। ଗ୍ରୁପର ମହିଳା ମାନେ ମିଶି ଛେଳି ଚାଷ କରିବା ପାଇଁ ନିଷ୍ପତ୍ତି ନେଇ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ।
ବୈପାରିଗୁଡ଼ା ପ୍ରାଣୀ ଚିକିତ୍ସା କେନ୍ଦ୍ର ମାଁ ବୀରଖମ୍ବ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଛେଳି ଚାଷ ପାଇଁ ୨ ଲକ୍ଷ ୩୦ ହଜାର ଟଙ୍କା ଯୋଗେଇ ଦେଇଥିଲା। ମାଁ ବୀରଖମ୍ବ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଉକ୍ତ ଟଙ୍କାରେ ଛେଳି ଗୁହାଳ ଘର ନିର୍ମାଣ କରିବା ସହ ୩୦ଟି ମାଇ ଏବଂ ୨ଟି ଅଣ୍ଡିରା ଛେଳି ଆଣି ଚାଷ ଆରମ୍ଭ କରିଥିଲେ। ଛେଳିଙ୍କ ନିୟମିତ ଯତ୍ନ ନେବା ସହ ଖାଇବାକୁ ଦାନା ପାଇଁ ନିକଟସ୍ଥ ଜଙ୍ଗଲକୁ ଚରେଇବାକୁ ନେଉଛନ୍ତି। ଏକ ବର୍ଷରେ ଛେଳି ସଂଖ୍ୟା ଦ୍ଵିଗୁଣ ହେବାସହ ଦୁଇଗୁଣ ଲାଭ ଦେଇଛି।
ମାଁ ବୀରଖମ୍ବ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଛେଳି ଚାଷ ପାଇଁ ୨ ଲକ୍ଷ ୩୦ ହଜାର ଟଙ୍କା ଯୋଗେଇ ଦେଇଥିଲା। ମାଁ ବୀରଖମ୍ବ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଉକ୍ତ ଟଙ୍କାରେ ଛେଳି ଗୁହାଳ ଘର ନିର୍ମାଣ କରିବା ସହ ୩୦ଟି ମାଇ ଏବଂ ୨ଟି ଅଣ୍ଡିରା ଛେଳି ଆଣି ଚାଷ ଆରମ୍ଭ କରିଥିଲେ।
ବଜାରରେ ମାଂସ କିଲୋ ୭ ଶହ ଟଙ୍କା ବିକ୍ରି କରୁଥିବା ବେଳେ ଆକାର ଦେଖି ଗୋଟିଏ ଛେଳିର ଦାମ୍ ୮ ହଜାର ରୁ ୯ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିବା ଆରମ୍ଭ କରିଛନ୍ତି। ଲାଭ ଟଙ୍କାର ଅଧା ନିଜ ଏକାଉଣ୍ଟ୍ ରେ ଜମା କରିବା ସହ ବଳକା ଟଙ୍କାକୁ ଗ୍ରୁପ ସଦସ୍ୟାଙ୍କ ମଧ୍ୟରେ ଭାଗ ବାଣ୍ଟି ନେଉଛନ୍ତି। ମନ ଭିତରେ ଯଦି କିଛି କରିବାର ଇଚ୍ଛା ଥିବ ,ତାହା ହେଲେ ଆପେ ଆପେ ଉପାୟ ବହିରିଆସିବ, ଯାହାକି ଏହି ମହିଳାଙ୍କ ପାଖରୁ ଦେଖିବାକୁ ମିଳିଛି।
Odisha 50 | Koraput