ଲମତାପୁଟ: ନିଜ ପରିବାବାଡ଼ରେ କାମ କରୁଥିଲେ ବୃଦ୍ଧା। ଏକୁଟିଆ ପାଇ ବୃଦ୍ଧାଙ୍କ ବେକରୁ ପିନ୍ଧିଥିବା ସୁନା ଝାମ୍ପି ନେବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଚୋରକୁ କାବୁ କରି ପୁଲିସକୁ ଜିମା ଦେଇଛନ୍ତି ଗ୍ରାମବାସୀ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ତୁଷୁବା ପଞ୍ଚାୟତର କମେଲ ଗ୍ରାମରେ।

Advertisment

ସୂଚନା ଅନୁଯାୟୀ କମେଲ ଗ୍ରାମର ରାଧା ଶିସା ସବୁଦିନ ଭଳି ରାସ୍ତାକଡ଼ରେ ଥିବା ନିଜ ପରିବା ବାଡ଼ରେ ଏକୁଟିଆ ଘାସବାଛୁ ଥିଲେ। ଠିକ ଏହି ସମୟରେ ଗୋଟିଏ ସିଡି ଡିଲକ୍ସ ବାଇକ୍‌ (ଓଡି୧୦ବି ୭୩୬୯) ଯୋଗେ ଦୁଇ ଜଣ ଆସି ଓହ୍ଲାଇ ଥିଲେ। ଜଣେ ଗାଡ଼ି ପାଖରେ ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ଆଉ ଜଣେ ବାଡ଼ ଭିତରେ କାମ କରୁଥିବା ରାଧା ଶିସାଙ୍କ ନିକଟକୁ ଯାଇ ମଦ କେଉଁଠି ମିଳୁଛି ବୋଲି ପଚାରି ଥିଲେ।

କମେଲ ଗ୍ରାମର ରାଧା ଶିସା ସବୁଦିନ ଭଳି ରାସ୍ତାକଡ଼ରେ ଥିବା ନିଜ ପରିବା ବାଡ଼ରେ ଏକୁଟିଆ ଘାସବାଛୁ ଥିଲେ। ଠିକ ଏହି ସମୟରେ ଗୋଟିଏ ସିଡି ଡିଲକ୍ସ ବାଇକ୍‌ (ଓଡି୧୦ବି ୭୩୬୯) ଯୋଗେ ଦୁଇ ଜଣ ଆସି ଓହ୍ଲାଇ ଥିଲେ। ତାଙ୍କୁ ମଦ ମିଳିବା ନେଇ ପଚାରି ଥିଲେ ଏବଂ ଲୁଟ୍‌ ପାଇଁ ଉଦ୍ୟମ କରିଥିଲେ।

ରାଧା ଗାଁ ଭିତରେ ଯାଇ ପଚାର ବୋଲି ଉତ୍ତର ଦେଇଥିଲେ। ଯୁବକ ଦ୍ବୟ ରାଧାଙ୍କ କଥା ଶୁଣି ସେଠାରୁ ଚାଲି ଯାଇଥିଲେ। କିନ୍ତୁ କିଛି ସମୟ ପରେ ପୁଣି ରାଧାଙ୍କ ପାଖକୁ ଫେରି ଆସିଥିଲେ। ସେମାନେ ରାଧାଙ୍କୁ ଏକୁଟିଆ ପାଇ ମାଡ଼ି ବସିଥିଲେ। ହାତମୁଦି ଓ ବେକରୁ ସୁନା ଅଳଙ୍କାର ନେଇ ବାଇକ ଯୋଗେ ଚାଲି ଯାଉଥିଲେ।

ରାଧାଙ୍କ ଚିତ୍କାର ଶୁଣି ପାଖରେ ଥିବା ଗାଈ ଚରାଳି ଦୌଡ଼ି ଆସି ରାଧାଙ୍କ ଠାରୁ କଥା ଶୁଣି ବିପରୀତ ଦିଗରୁ ନିକଟସ୍ଥ ବାରେଙ୍ଗପୁଟର ଯୁବକଙ୍କୁ ଅଟକାଇ ଘଟଣା ବିଷୟରେ ଜଣାଇଥିଲେ। ଦୁଇ ଯୁବକ ସଙ୍ଗେସଙ୍ଗେ ଚୋରଙ୍କୁ ପିଛା କରିଥିବା ବେଳେ ତୁଷୁବା ଛକ ନିକଟରେ କାବୁ କରିଥିଲେ। ପରେ ତୁଷୁବା ଛକରେ ଉପସ୍ଥିତ ଥିବା ସମସ୍ତେ ମିଶି ଦୁଇ ଚୋରଙ୍କୁ ମାଛକୁଣ୍ଡ ଥାନାରେ ଜିମା ଦେଇଥିବା ଜଣାପଡ଼ିଛି। ଦୁଇ ଯୁବକଙ୍କୁ ଥାନାରେ ରଖି ପଲିସ ତଦନ୍ତ କରୁଥିବା ଜଣାଯାଇଛି। 

Koraput | Crime