କୋରାପୁଟ: ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ତଳକୁ ଖସିଲା ୩ଟି ବଗି

ଜୟପୁର: କୋରାପୁଟ ଜିଲ୍ଲାର ଦାମନଯୋଡ଼ି ଷ୍ଟେସନ ନିକଟରେ ରବିବାର ଏକ ମାଲବାହୀ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। ଫଳରେ ଟ୍ରେନ୍‌ର ୩ଟି ବଗି ତଳକୁ ଖସିପଡ଼ିଛି। ମାଲବାହୀ ଟ୍ରେନ୍‌ ଦାମନଯୋଡ଼ି ଠାରୁ ବିଶାଖାପାଟଣା ଯାଉଥିଲା। ମାଲବାହୀ ଟ୍ରେନ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ କୋରାପୁଟ-ରାଉରକେଲା ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ କୋରାପୁଟ-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନର ଅନ୍ୟ ରୁଟ୍‌ରେ ଆସିବ।

ସମ୍ବନ୍ଧିତ ଖବର