ଜୟପୁର: ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ଜୟପୁର: ସୋମବାର ସକାଳ ପ୍ରାୟ ୧୦: ୩୦ ମିନିଟ୍‌ରେ କୋରାପୁଟ ଜିଲ୍ଲା ଜୟପୁର-ଛଟିଡ଼ିପୁଟ ମଧ୍ୟରେ ଗୋଟାଏ ମାଲଗାଡ଼ି ଧାରଣାଚ୍ୟୁତ ହୋଇ ଅଟକି ରହିଛି।
ଲହୌପିଣ୍ଡ ନେଇ ସମ୍ପୃକ୍ତ ଟ୍ରେନ୍‌ଟି ବିଶାଖାପାଟଣାରୁ ଛତିଶଗଡ଼ର ଜଗଦଲପୁରକୁ ଯାଉଥିଲା। ତା’ର ଗୋଟିଏ ବଗିରୁ ଗୋଟିଏ ଚକ କୌଣସି କାରଣରୁ ଧାରଣା ବାହାରକୁ ଖସିଯାଇଛି। ସନ୍ଧ୍ୟା ୫ଟା ସୁଦ୍ଧା ତାହାକୁ ସଜଡ଼ି ଦିଆଯିବ ଓ ଗାଡ଼ି ଚଳାଚଳ ସ୍ୱାଭାବିକ ହେବ।

ମାଲ୍‌ଗାଡ଼ି ଧାରଣାଚ୍ୟୁତ ହେବାରୁ କୋରାପୁଟରେ ଅଟକି ଥିବା ସେ ରାସ୍ତା ଦେଇ ଯିବାକୁ ଥିବା ରାଉରକେଲା ଇଣ୍ଟର୍‌ସିଟି ଓ ହୀରାଖଣ୍ଡ ଏକସ୍‌ପ୍ରେସ୍‌ ଚଳାଚଳ ଆରମ୍ଭ କରିବେ।

ସମ୍ବନ୍ଧିତ ଖବର