ଜୟପୁର : ଘରୋଇ ବସରୁ ୧୫ ବସ୍ତା ଗୁଟଖା ଜବତ, ସୁରାକ୍‌ ଖୋଜୁଛି ପୁଲିସ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ଟାଉନ ପୋଲିସ ପକ୍ଷରୁ ଆଜି ସକାଳୁ ବିପୁଳ ପରିମାଣରେ ଗୁଟଖା ଜବତ ହୋଇଛି । ଜବତ ଗୁଟଖାର  ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।

ଏହି ଗୁଟଖା ବ୍ରହ୍ମପୁର ଠାରୁ ମାଲକାନଗିରି ଜିଲ୍ଲା କାଲିମେଳାକୁ ଦିଲଖୁସ ନାମକ ଘରୋଇ ବସରେ ଯାଉଥିଲା । ବସରେ ୧୫ ବସ୍ତା ଗୁଟଖା ପରିବହନ ହେଉଥିବା ନେଇ ଟାଉନ ପୁଲିସ ବିଶେଷସୁତ୍ରରୁ ଖବର ପାଇ ଏହାକୁ ଜବତ କରିଥିଲା ।

ବ୍ରହ୍ମପୁରରୁ ଏହି ରୁଟରେ ବସ ଚଳାଚଳ ସ୍ୱାଭାବିକ ହେବାକୁ ମାତ୍ର କିଛି ମାସ ହୋଇଥିବାବେଳେ ଏହି କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଛି । ଏହା ସହ ଏହି ଗୁଟଖାରେ କେଣସି ସୂଚନା ନ ଥିବା ପୁଲିସ କହିଥିବାବେଳେ ସୁରାକ ଖୋଜୁଛି ପୁଲିସ । ଏହାସହ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଏନେଇ ପଚରାଉଚୁରା କରାଯିବ ବୋଲି ପୁଲିସ କହିଛି । ସକାଳୁ ବସଟି ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ମାଲିକଙ୍କୁ ମଧ୍ୟ ଡକରା ଯିବ ବୋଲି ପୁଲିସ କହିଛି । ତେବେ ୧୫ଟି ବସ୍ତାରୁ ଅଧେ ବସ୍ତା କଟକରୁ କାଲିମେଳା ଲେଖାଯାଇଥିବାବେଳେ ଅଧେ ବସ୍ତାରେ ବ୍ରହ୍ମପୁରରୁ କାଲିମେଳା ଲେଖାଯାଇଛି । ବ୍ରହ୍ମପୁର ଏବେ ଗୁଟଖା ବ୍ୟବସାୟର ପେଣ୍ଠସ୍ଥଳ ପାଲଟିଥିବାବେଳେ ଏହିଠାରୁ ଜୟପୁର, କୋରାପୁଟ ଓ ମାଲକାନଗିରିକୁ ଚାଲାଣ ହେଉଛି । ଆଜି ଏହି ବସରୁ ଗୁଟଖା ଜବତ ହୋଇଥିବାବେଳେ ବିଗତଦିନରେ ଏହି ବସ ସହ ଜିଲ୍ଲାକୁ ଚାଲୁଥିବା ବସରେ ଗୁଟଖା ଚାଲୁଥିଲା କି ନାହା ତାହା ତଦନ୍ତ ପରିସରକୁ ଆସିଛି । ଏହା ସହ କିଏ ବ୍ରହ୍ମପୁର ଓ କଟକରୁ ଏହି ଗୁଟଖା ପଠାଇଥିଲା ଓ କାହା ପାଖାକୁ ଏହି ଗୁଟଖା ଯାଉଥିଲା ତାହାର ଖୋଳତାଡ ଆରମ୍ଭ କରିଛି ପୁଲିସ ।

କୋରାପୁଟ ଓ ମାଲକାନଗିରି ଜିଲ୍ଲା  ଗୁଟଖା ବେପାରୀଙ୍କ ପ୍ରଥମ ପସନ୍ଦ ପାଲଟି ଥିବା ବେଳେ ପ୍ରଶାସନ ଜାଣି ଅଜଣା ରହିଛି  ବୋଲି ସାଧାରଣରେ ଅଭିଯୋଗ ହେଉଛି । ପାନ ଦୋକାନଠୁ ଆରମ୍ଭ କରି ସବୁଠି ଏହା ଦେଖିବାକୁ ମିଳୁଥିବାବେଳେ କିନ୍ତୁ ପୁଲିସ କି ପ୍ରଶାସନ ହାବୁଡରେ ପଡୁ ନାହିଁ । ଆଜିର ଚଢାଉ ପରେ ବେଧଡ଼କ ଭାବେ ଗୁଟଖା ବିକ୍ରି ଚାଲିଥିବା ସ୍ପଷ୍ଟ ହୋଇଛି ।

ଏନେଇ ଆଇଆଇସି ବାଲେଶ୍ୱର ଗିଦ୍ଧି କହିଛନ୍ତି ଯେ ଦିଲଖୁସ ବସରେ ୧୫ ବସ୍ତା ଗୁଟଖା ଚାଲାଣ ହେଉଥିବା ନେଇ ବିଶେଷସୁତ୍ରରୁ ଖବର ପାଇଥିଲୁ । ଏନେଇ ଡ୍ରାଇଭର, କଣ୍ଡକ୍ଟର ଙ୍କୁ ପଚରାଉଚୁରା କରାଯାଇଛି । ମାଲିକଙ୍କୁ ଡକାରା ଦିଆଯାଇଥିବାବେଳେ ସେ ଆସନ୍ତକାଲି ଆସିଲେ ସବୁ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର