ନାଲକୋରେ କୁଆପଥର ମାଡ଼

କୋରାପୁଟ-: ଅପରାହ୍ନରେ ଦାମନଯୋଡି ଖଣି ଅଂଚଳରେ ପ୍ରବଳ କୁଆପଥର ମାଡ଼ ହୋଇଛି। ବର୍ଷା ସହ କୁଆପଥର ମାଡ଼ କାରଣରୁ ଖଣି ଅଂଚଳରେ ପରିବହନ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲାବେଳେ ବର୍ଷା ଛାଡିବା ବେଳକୁ ଖଣି ଅଂଚଳ କୁଆପଥରରେ ସମ୍ପୂର୍ଣ୍ଣ ଆଛାଦିତ ହୋଇ ରହିଥିଲା। ସବୁଆଡେ ଧଳା ଦିଶୁଥିଲାବେଳେ ଏହା କାଶ୍ମୀରର ଭ୍ରମ ସୃଷ୍ଟି କରିଥିଲା। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ଗତବର୍ଷ ମଧ୍ୟ ନାଲକୋ ଖଣି ଅଂଚଳରେ ଏମିତି କୁଆପଥର ମାଡ଼ ହୋଇ ସମଗ୍ର ଅଞ୍ଚଳ ଧବଳ ରଙ୍ଗରେ ରଙ୍ଗାୟିତ ହୋଇଥିଲା।

ସମ୍ବନ୍ଧିତ ଖବର