ବୈପାରିଗୁଡା: ଲଗାଣ ବର୍ଷାରେ ବେହାଲ ହୋଇଛି ବୈପାରିଗୁଡା। ଅଂଚଳର ଗୁପ୍ତେଶ୍ୱର ପଞ୍ଚାୟତରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁଁ ପୋଲ ଭାଙ୍ଗି ଯାଇଥିବାବେଳେ ୩ଟି ଗାଁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି | ସେହିପରି ସୋରିଷ ପଦର ଠାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିବାବେଳେ ଆଜିର ଲଗାଣ ବର୍ଷା ଯୋଗୁଁ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତର କାଟିନିକୁଣ୍ଡ ଗାଁ ମଝିରେ ଥିବା ପୋଲ ଭାଙ୍ଗିବା ଫଳରେ ୩ ଖଣ୍ଡ ଗାଁ ଲୋକଙ୍କ ଯାତାୟାତ ବାଧା ସୃଷ୍ଟି ହୋଇଛି।
ପଞ୍ଚାୟତର ଭାଟିଗୁଡା, ହାତୀଖାଲ, କାଟିନିକୁଣ୍ଡ ଗାଁ ଲୋକଙ୍କ ଗମନାଗମନ ବନ୍ଦ ହୋଇଯାଇଛି। ପ୍ରାୟ ୩ ଖଣ୍ଡ ଗାଁର ୧୦୦ରୁ ଉର୍ଦ୍ଧ୍ବ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ସୋରିଷପଦର ଗାଁ ଭିତରେ ବନ୍ୟା ପରିସ୍ଥିତି ଉପୁଜିଛି l ଗାଁରେ ପ୍ରାୟ ପଚାଶ ପରିବାର ବସବାସ କରୁଛନ୍ତି, ସେଥି ମଧ୍ୟରୁ ଦଶରୁ ଉର୍ଦ୍ଧ୍ବ ପରିବାର ପାଣି ଘେରରେ ଅଛନ୍ତି l ଆଜିର ଲଗାଣ ବର୍ଷା ଯୋଗୁଁ ଗୁପ୍ତେଶ୍ୱର ପଞ୍ଚାୟତର ବିଭିନ୍ନ ଗାଁରେ ଏଭଳି ପରିସ୍ଥିତି ଉପୁଜିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/08/18/7e845378-ddb2-4d98-96c9-26a72883590e-2025-08-18-20-13-30.jpg)