କୋରାପୁଟ: ବାତ୍ୟା ‘ଗୁଲାବ’ର ପ୍ରଭାବରେ ଗତ ୬ ଘଣ୍ଟା ମଧ୍ୟରେ କୋରାପୁଟର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ପଟାଙ୍ଗିରେ ସର୍ବାଧିକ ୧୫୦ ମିମିରୁ ଅଧିକ ବର୍ଷା ହୋଇଛି। ଭୂସ୍ଖଳନ ହେତୁ ରାଲେଗଡା ଠାରେ ଜାତୀୟ ରାଜପଥ-୨୬ ଅବରୋଧ ହୋଇଛି। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସୁଙ୍କି ଘାଟିର ରାଲେଗଡା ଓ ସୁଙ୍କି ଗ୍ରାମ ନିକଟରେ ମାଟି ଅତଡା ଖସି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି। ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଛି। ଜାତୀୟ ରାଜପଥ ଖୋଲିବା ପାଇଁ କାର୍ଯ୍ୟ ଚାଲିଛି।

Advertisment

ଏଣେ ବୈପାରିଗୁଡା-ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥରେ ଗଛ ପଡ଼ି ରାସ୍ତା ଜାମ୍ ହୋଇଥିଲା। ଅଗ୍ନିଶମ କର୍ମଚାରୀ ଓ ବିଡିଓଙ୍କ ଉପସ୍ଥିତିରେ ଗଛ କଟାଯାଇ ରାସ୍ତା ସଫା କରାଯାଉଛି। ସେମିଳିଗୁଡା ବ୍ଲକରେ ବି ଗୁଲାବ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି ଓ ଘର ଭାଙ୍ଗିଛି।
ପବନ ଏବଂ ବର୍ଷା ସମ୍ପୂର୍ଣ୍ଣ ବନ୍ଦ ନ ହେବା ଘରେ ରୁହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।