କୋରାପୁଟ: ବାତ୍ୟା ମିଗଜୋମ୍ ପ୍ରଭାବରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଜିଲ୍ଲାରେ ମୋଟ୍ ୬୬୫.୪ବର୍ଷା ମିଲିମିଟର ବର୍ଷା ହୋଇଥିବା ହାରାହାରି ବର୍ଷାର ପରିମାଣ ରହିଛି ୪୭.୫୩ ମିଲିମିଟର। ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାର ପଟାଙ୍ଗୀଠାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ ୧୦୬ ମ.ମି ବର୍ଷା ହୋଇଥିବା ଜଣାଯାଇଛି।

Advertisment

କୋରାପୁଟ ବ୍ଲକରେ ୬୭.୨ ମିଲିମିଟର ବର୍ଷା ହୋଇଥିବା ବେଳେ ଲମତାପୁଟରେ ୪୩.୪ ମିଲିମିଟର, ବି ଗାଁରେ ୮, ନନ୍ଦପୁରରେ ୪୮, ଦାସପୁରରେ ୫୩, ଏନ୍ ପାଟଣାରେ ୩୩.୬, ଲକ୍ଷ୍ମୀପୁରରେ ୩୪.୧, ସେମିଳିଗୁଡ଼ାରେ ୮୬, ଜୟପୁରରେ ୩୭.୭, କୋଟପାଡ଼ରେ ୩୯, କୁଣ୍ଡ୍ରାରେ ୩୨.୬, ବୋରିଗୁମାରେ ୩୫.୮  ଓ ବୈପାରିଗୁଡ଼ା ବ୍ଲକରେ ୪୧୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।