ଜୟପୁର: ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ଧନପୁର ପଞ୍ଚାୟତର ଗରୁଡଗୁଡା ଠାରେ ରାସ୍ତା କାମକୁ ନେଇ ଜୟପୁର ସଦର ଥାନାରେ ମାମଲା ରୁଜୁ ହୋଇଛି। ଗତ ୧୯ ତାରିଖ ଦିନ ଗରୁଡଗୁଡା ଅଞ୍ଚଳର ରାମ ଗାଦବା ଘରେ ଥିବା ସମୟରେ ତାଙ୍କ ଘର ସମ୍ମୁଖରେ ଥିବା ରଘୁ ଗାଦବା ରାସ୍ତା ସମ୍ମୁଖରେ ଥିବା ଘର କାନ୍ଥ ଭାଙ୍ଗିବାକୁ ବାଧ୍ୟ କରିଥିଲେ। ରାମ କାନ୍ଥ ଗୋଟିଏ ଦିନ ପରେ ଭାଙ୍ଗିବି ବୋଲି କହିବା ପରେ ରଘୁ ରାଗିଯାଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ରାମଙ୍କ ପରିବାର ଲୋକ ପେପରମିଲ ଫାଣ୍ଡିରେ ଏତଲା ଦେଇ ଜୟପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ଘଟଣାର ୭ଦିନ ବିତିଯାଇଥିଲେ ମଧ୍ୟ ଆଜିସୁଦ୍ଧା କୌଣସି କାଯ୍ୟର୍ାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ରାମଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ଘର ଭଙ୍ଗାକୁ ନେଇ ଗଣ୍ଡଗୋଳ, ଜଣେ ଗୁରୁତର
/sambad/media/post_attachments/wp-content/uploads/2018/01/jpr26.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)