ଅସହାୟ ବୃଦ୍ଧଙ୍କ ମୃତ୍ୟୁ

ଜୟପୁର: ସ୍ଥାନୀୟ ବସ୍‌ଷ୍ଟାଣ୍ଡରେ ଭିକ୍ଷା ବୃତ୍ତି କରୁଥିବ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପଦ୍ମନ ନାୟକ(୬୦)। ମୃତଦେହକୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟର ରଖାଯାଇଛି। ଏନେଇ ଥାନାରେ ୨୩/୧୮ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ତଦନ୍ତ ଅଧିକାରୀ ଏଏସ୍‌ଆଇ କେ.ଲୋକେଶ୍ୱର ପ୍ରକାଶ କରିଛନ୍ତି। ପୁଲିସ କହିବାନୁଯାୟୀ, ପଦ୍ମନଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସ୍ଥାନୀୟ ଲୋକେ ଆଜି ସକାଳ ସାଢ଼େ ୭ଟାରେ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ସମୟରେ ପୂର୍ବାହ୍ନ ସାଢ଼େ ୯ଟାରେ ମୃତ୍ୟୁ ହୋଇଯାଇଥିଲା। ପୁଲିସ ମୃତ ଦେହକୁ ଜବତ କରି ପରିବାରବର୍ଗଙ୍କ ବିଷୟରେ ପଚାରି ବୁଝିଥିଲେ। କିନ୍ତୁ ପଦ୍ମନଙ୍କ ବିଷୟରେ କୌଣସି ସମ୍ପର୍କୀୟ ନପାଇ ମୃତ ଦେହକୁ ସଂରକ୍ଷିତ କରି ରଖାଯାଇଛି। କେହି ସମ୍ପର୍କୀୟ ନମିଳିଲେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର