ଦାମନଯୋଡ଼ି: ଲଘୁଚାପଜନିତ ବର୍ଷା କାରଣରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି। କୋରାପୁୁଟ-ରାୟଗଡ଼ା ରେଳଲାଇନ୍‌ ଉପରେ ପୁଣି ଥରେ ପାହାଡ଼ରୁ ବିଶାଳ ପଥର ଖସିପଡ଼ିଛି। ଏଥି ସହିତ ପାହାଡ଼ିଆ ମାଟି ମଧ୍ୟ ରେଳଲାଇନ୍‌ ଉପରେ ପଡ଼ିଛି।

Advertisment

ସୂଚନା ଅନୁସାରେ ପୂର୍ବତଟ ରେଳପଥର ଦୁମୁରିପୁଟ-ଦାମନଯୋଡ଼ି ଡାଉନଲାଇନ୍‌ରେ ଏହି ପଥର ପଡ଼ିଛି, ଯାହା କୋରାପୁଟ ଠାରୁ ୧୩କିଲୋମିଟର ଦୂରରେ ଅବସ୍ଥିତ। ଗତକାଲି ଠାରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ଫଳରେ ରେଳଲାଇନ୍‌ ଉପରେ ବିଶାଳ ପଥର ଖସିଲା। ରେଳ ବିଭାଗ ଟ୍ରାକ୍‌ରୁ ପଥର ଖସାଇବାକୁ ଉଦ୍ୟମ ଜାରି ରଖିଛି। ବ‌ର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି।

ତେବେ ରେଳଲାଇନରେ ପଥର ଥିବାରୁ ଟ୍ରେନ୍‌ ସେବା ପ୍ରଭାବିତ ହୋଇଛି। ରାଉରକେଲା ଇଣ୍ଟରସିଟି ବିଳମ୍ବ ହେଉଛି। ସେହିପିରି ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍‌ ବିଳମ୍ବରେ ଚାଲିବା ସମ୍ଭାବନା ରହିଛି।

ଏହି ଖବର ପଢ଼ନ୍ତୁ: ରେଳଧାରଣା ଉପରେ ଧସିଲା ପଥରଖଣ୍ଡ: ୪ଟି ଟ୍ରେନ ବାତିଲ

ସୂଚନାଯୋଗ୍ୟ, କୋରାପୁଟ-କିରଣ୍ଡୁଲ ରେଳଲାଇନ ଉପରେ ବିଶାଳ ପଥର ଖସି ଅବରୋଧ ହେବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଏହି ଭଳି ଘଟଣା ଘଟିଛି। ରେଳର ଗତିପଥ ଅଟକିଛି। ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। 

 Indian Railways

ରିପୋର୍ଟ: ବାବୁ