ଜୟପୁର ଗୁଳିକାଣ୍ତ ଘଟଣା, ରାଜନୀତି ତେଜିଲା: ତାରା-ରବି ମୁହଁ।ମୁହିଁ

ଜୟପୁର :ଗୁଳିକାଣ୍ଡ ଘଟଣାକୁ ନେଇ ଜୟପୁର ରାଜନୀତି ସରଗରମ ହୋଇଉଠିଛି। ଦୁଇ ପ୍ରମୁଖ ନେତା ବିଧାୟକ ତାରାପ୍ରସାଦ ବାହିନୀପତି ଓ ପୂର୍ବତନ ରବିନାରାୟଣ ନନ୍ଦ ମୁହଁମୁହିଁ ହୋଇଛନ୍ତି।

ଆଜି ଜୟପୁରଠାରେ ବିଧାୟକ ଶ୍ରୀ ନନ୍ଦ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକାଶ ପାତ୍ରଙ୍କ ସହିତ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ସଂପର୍କ ରହିଛି। ନିଜେ ମୁଖ୍ୟ ଅଭିଯୁକ୍ତ ମଧ୍ୟ ମୁଖ୍ୟ ଅଭିଯୁକ୍ତ ନଗର ଯୁବ ବିଜେଡି ସଭାପତି ସହ ବିଜୁ ଯୁବ ବାହିନୀର ବି ସଭାପତି ରହିଥିଲେ। ତେଣୁ ଶ୍ରୀ ନନ୍ଦଙ୍କ ସହ ସମ୍ପର୍କର ତଦନ୍ତ ସହିତ କଲ୍‌ ରେକର୍ଡ ଯାଞ୍ଚ କରାଯାଉ ବୋଲି ବିଧାୟକ ଶ୍ରୀ ବାହିନୀପତି ଦାବି କରିଥିଲେ।

ଅପରପକ୍ଷେ, ପୂର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦ ପାଲଟା ଜବାବ ଦେଇ କହିଛନ୍ତି ଯେ, ବିଧାୟକ ନିଜେ କାଚ ଘରେ ରହି ଅନ୍ୟକୁ ପଥର ଫିଙ୍ଗୁଛନ୍ତି। ବେଲୁ ଠାରୁ ଆରମ୍ଭ କରି ହାଇଦର ଏବଂ ରମେଶ ଜେନାଙ୍କ ଭଳି ଅପରାଧୀଙ୍କ ସହ ବିଧାୟକଙ୍କ କ’ଣ ସଂପର୍କ ରହିଛି ଏବଂ ସେ ହାଇଦର ସହ କେତେଥର କଥାବାର୍ତ୍ତା କରିଛନ୍ତି ତାହାର କଲ ରେକର୍ଡ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି। ଏହି ବାକ୍‌ ବିନିମୟକୁ ନେଇ ଜୟପୁର ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି।
ପ୍ରକାଶଥାଉକି, ଗତକାଲି ନରେନ୍ଦ୍ର ନାୟକ ଓ ତାଙ୍କ ପୁଅ ସନ୍ତୋଷ ନାୟକଙ୍କ ଉପରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ବିକାଶଙ୍କ ଉପରେ ହୋଇଥିବା ପୂର୍ବ ଆକ୍ରମଣର ପ୍ରତିଶୋଧରେ ଏହି ଗୁଳିମାଡ଼ ହୋଇଥିବା ଅିଭଯୋଗ କରାଯାଇଛି।

ସମ୍ବନ୍ଧିତ ଖବର