ଓଏସଆରଟିସିର ଜୟପୁର ଜୋନ ନ ଖୋଲିବା ପ୍ରସଙ୍ଗ; ଜୋନ ତୁରନ୍ତ ଖୋଲିବାକୁ ବିଭିନ୍ନ ମହଲରେ ଦାବି

ଜୟପୁର: କରୋନା ସମୟରେ ଜୟପୁର ଓଏସଆରଟିସି ଜୋନର ବସ ଗୁଡିକ ପ୍ରବାସୀ ଶ୍ରମିକ ପରିବହନରେ ତେଲ ଖର୍ଚ୍ଚ ହଡପ ଏବଂ ବ୍ୟାପକ ଅନିୟମିତତାକୁ ଦୃଷ୍ଟିରେ ଏହାର ପରିଚାଳନା ନିର୍ଦେଶକ ସାମାୟିକ ଭାବେ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଏହାରି ମଧ୍ୟରେ ଜୋନ ବନ୍ଦ ହୋଇ ପ୍ରାୟ ୩୮ଦିନ ବିତିଲାଣି। ୬୯ଜଣ ଚାଳକଙ୍କ ମଧ୍ୟରୁ ପ୍ରାୟ ୨୯ଜଣ ଚାଳକ ଲକ୍ଷାଧିକ ଟଙ୍କା ଜମା କରିସାରିଛନ୍ତି। ଅନ୍ୟ ୯ଟି ଜୋନର ବସ ଜୟପୁର ସରକାରୀ ବସଷ୍ଟାଣ୍ଡ ଦେଇ ଯିବା ଆସିବା କରୁଛି। ଗତ କିଛି ଦିନ ହେବ ଟିକେଟ୍ ବୁକିଂ କାଉଣ୍ଟର ବି ଖୋଲାଯାଇଛି।

ମାର ମାର ଭଣ୍ଡାରିଆକୁ ମାର୍ ନୀତିରେ ଚାଳକମାନେ କରିଥିବା ଭୁଲକୁ ନେଇ ଜୋନକୁ ବନ୍ଦ କରିବା ପ୍ରଭାବ ଜୟପୁରର ଯାତ୍ରୀଙ୍କ ସହ ଜୟପୁରର ଅର୍ଥନୈତିକ ଓ ସାମାଜିକ ବିକାଶ ଉପରେ ପଡ଼ୁଛି। ସେଭଳି ରାଜ୍ୟର ୯ଟି ଜୋନରେ ବସ ଚଳାଚଳ କରୁଥିବା ବେଳେ ଜୟପୁର ଜୋନର ବସ ଚଳାଚଳ ନ କରିବାରୁ ରାଜ୍ୟରେ ଜୟପୁର ଜୋନ ଓ ଜୟପୁର ସହରର ନାଁ ବି ବଦନାମ ହେବାକୁ ଲାଗିଛି। ଧିରେ ଧିରେ ଏହାକୁ ନେଇ ସାଧାରଣରେ ପ୍ରତିକ୍ରୀୟା ପ୍ରକାଶ ପାଇବା ସହ ଆଗାମୀ ଦିନରେ ଏହା ଜନଆନ୍ଦୋଳନର ରୁପ ନେବାକୁ ଯାଉଛି। ଜୟପୁର ଜୋନ କାର୍ଯ୍ୟକ୍ଷମ ନ ହେଲେ ଅନ୍ୟ ଜୋନର ବସ ବସଷ୍ଟାଣ୍ଡରେ ପସିବାକୁ ଦିଆଯିବନି।

ବିଜେପି ନେତା ଗୌତମ ସାମନ୍ତରାୟ କହିଛନ୍ତି, ଜୟପୁର ଜୋନକୁ ବନ୍ଦ କରି ଜୟପୁର ମାଟିକୁ ଅସମ୍ମାନ କରାଯାଇଛି। ଏହାକୁ ବରଦାସ୍ତ କରାଯିବ ନି। ଜୟପୁର ମାଟିର ସନ୍ତାନ ହିସାବରେ ଆମକୁ କିଛି କର୍ତ୍ତବ୍ୟ କରିବାର ଅଛି। ନିଜ କର୍ମଚାରୀ ମାନେ ଭୁଲ କଲେ ବୋଲି କ’ଣ ଏଥି ପାଇଁ ଜୟପୁରବାସୀ ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲା ବାସୀ ଭୁଲ କରିଛନ୍ତି କି? ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା କଥା, ଏଭଳି ଜୋନକୁ ବନ୍ଦ କରିବା ଉଦେଶ୍ୟ କ’ଣ? ଧିରେ ଧିରେ ପରିସ୍ଥିତି ସ୍ବାଭାବିକ ହେବା ସହ ଘରୋଇ ବସ ବି ଚାଲିଲାଣି। ତଥାଫି ଲୋକେ ସରକାରୀ ବସ ଉପରେ ନିର୍ଭର କରୁଛନ୍ତି। ଦୀର୍ଘ ଏତେ ଦିନ ବନ୍ଦ ହେବା ପରେ ଧିରେ ଧିରେ ସ୍ବାଭାବିକ ହେବା ସମୟରେ ବସ ବନ୍ଦ ହେବା ଦ୍ବାରା ନିଗମ କ୍ଷତି ସହିବ। ଏଥି ପାଇଁ ଉତ୍ତରଦାୟୀ କିଏ ରହିବ? ଯଦି ଜୟପୁର ଜୋନ ପୁନଃ କାର୍ୟ୍ୟକ୍ଷମ ନ ହେବ ଏବଂ ବସ ଚାଲିବ ତେବେ ଅନ୍ୟ ଜୋନର ବସକୁ ଜୟପୁର ବସଷ୍ଟାଣ୍ଡ ମଧ୍ୟରେ ବି ପସିବାକୁ ଦିଆଯିବ ନାହିଁ। ଆସନ୍ତାକାଲି ସେ ନିଗମର ପରିଚାଳନା ନିର୍ଦେଶକ, ଜିଲ୍ଲାପାଳ, ଏସ୍‌ପି‌, ଉପଜିଲ୍ଲାପାଳ ଆଦିଙ୍କୁ ଏନେଇ ସ୍ମାରକପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି।

Sambad

ଜୋନ ବନ୍ଦ ଦ୍ବାରା  କୋଟି କୋଟି ଟଙ୍କାରେ ନିର୍ମାଣ ବସ ଟର୍ମିନାଲ କାହାପାଇଁ? ଏହା ଉପରେ ନିର୍ଭର ଲୋକଙ୍କ ପେଟପାଟଣା କଥା ବୁଝିବ କିଏ- ଦେବେନ୍ଦ୍ର ବାହିନୀପତି , ଅଧ୍ୟକ୍ଷ , ପବ୍ଲିକ ରାଇଟ୍ ଆସୋସିଏସନ୍ ହୋଇଛି ବୋଲି ସମଗ୍ର ଶରୀରକୁ କାଟିବୁ କି। ସେଭଳି କିଛି କର୍ମଚାରୀ ଯଦି ବିଶୃଙ୍ଖଳା କଲେ କି ଆଉ କିଛି ଘଟଣା ହେଲା ତାହା ଅଭ୍ୟନ୍ତରୀଣ ମାମଲା। ତାହାକୁ ଠିକ ଭାବେ ପରିଚାଳନା କରି ଜୋନକୁ ଚଳାଇବା ଆବଶ୍ୟକ। କୋଟି କୋଟି ଟଙ୍କାରେ ବସ ଟର୍ମିନାଲ ତିଆରି ଚାଳିଛି। ଯଦି ଜୋନ ବନ୍ଦ ତେବେ ଟର୍ମିନାଲର କାମ କଣ। ଶତାଧିକ ଲୋକେ ବସ ଉପରେ ନିର୍ଭର। ବିଭିନ୍ନ ବର୍ଗର ଲୋକଙ୍କର ନିଯୁକ୍ତିର ପନ୍ତା। ଏହା ସହ ଜୟପୁର ସହରର ବ୍ୟବସାୟ ଉପରେ ବି ଏହାର ପ୍ରଭାବ ପଡ଼ିବ। ତୁରନ୍ତ ଜୋନ ଖୋଲାଯାଉ।

ଜୋନ ନ ଖୋଲିଲେ ଏହାକୁ ନେଇ ପବ୍ଲିକ ରାଇଟ୍ ଆସୋସିଏସନ୍ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ତା ଅବଲମ୍ବନ କରିବ। ତୁରନ୍ତ ଜୋନ ଖୋଲାଯାଉ, ଏହାର ପ୍ରଭାବ ସହରର ବିକାଶ ଉପରେ ପଡ଼ୁଛି: ସାହେବ ମହାରାଣା, ଆନ୍ଦ୍ର ଓଡିଶା ବିଶ୍ବକର୍ମା ମହାରାଣା କୂଳ , ସାଧାରଣ ସଂପାଦକନିଜ କର୍ମଚାରୀ ଭୁଲ କଲେ ଆମେ କାହିଁକି ଦଣ୍ଡ ଭୋଗିବୁ। ଯେ କୌଣସି ଦୋଷୀଙ୍କୁ କ୍ଷମା ରହିଛି। କର୍ମଚାରୀଙ୍କୁ କ୍ଷମା କରି ଉପଯୁକ୍ତ ପ୍ରଶାସନ ବ୍ୟବସ୍ଥା କରି ଜୟପୁର ଜୋନ ତୁରନ୍ତ ଖୋଲାଯାଉ। ପ୍ରଶାସନିକ ପରିଚାଳନାଗତ ତୃଟି ସାଧାରଣ ଲୋକଙ୍କ ଉପରେ ନ ଲଦି ତୁରନ୍ତ ଜୋନ ଖୋଲି ବସଚଳାଚଳ ଆରମ୍ଭ ହେଉ- ଅନୁପ ପାତ୍ର, ମାନବାଧିକାର କର୍ମୀ ଜୋନରେ ହୋଇଥିବା ଭୁଲ ଭଟକାକୁ ନିଜେ ସଜାଡ଼ିବା କଥା। ରାଜ୍ୟ ସରକାରଙ୍କ ସଂପତ୍ତିକୁ କ୍ଷତି କରିବା କାହାର କ୍ଷମତା ନାହିଁ।

ସେଭଳି ଯାତ୍ରୀଙ୍କ ଅଧିକାରକୁ ବି କେହି ଛଡାଇ ନେଇ ପାରିବେ ନି। ପ୍ରଶାସନିକ ପରିଚାଳନାଗତ ତୃଟିକୁ ସାଧାରଣ ଲୋକଙ୍କ ଉପରେ କାହିଁକି ଲଦା ଯାଉଛି। ଯାତ୍ରୀଙ୍କୁ କାହିଁକି ଅଧିକାରରୁ ବଂଚିତ କରାଯାଉଛି । ଜୟପୁର ଜୋନକୁ ଉଦେଶ୍ୟମୂଳକ ଭାବେ ବନ୍ଦ କରିବାର କାରଣ କଣ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କହିଛନ୍ତି। ତୁରନ୍ତ ଜୋନ ଖୋଲାଯାଉ ଯୁବ ସ୍ବଚ୍ଛୋସେବୀ ରବିନ୍ଦ୍ର ମହାପାତ୍ର କହିଛନ୍ତି। ବହୁ ବସର ରୁଟ ପରମିଟ୍ , ବୀମା , ଫିଟନେସ୍ ନାହିଁ। ଏହି ସ୍ଥିତିରେ ସରକାରୀ ବସ ବିଶ୍ବାସ ଓ ଭରସା ଦେଇଆସିଛି। ଏଭଳି ସମୟରେ ଜୋନ ବନ୍ଦ କରିବା ଯୁକ୍ତିଯୁକ୍ତ ନୁହେଁ।

ସମ୍ବନ୍ଧିତ ଖବର