କାଳବୈଶାଖୀ ତାଣ୍ଡବ

ଲମତାପୁଟ: କୋରାପୁଟ ଜିଲା ଲମତାପୁଟ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଲାଗି ରହିଛି। ଏହାର ପ୍ରଭାବରେ ଲମତାପୁଟ ଅଞ୍ଚଳରେ ଗତ ଦୁଇ ଦିନ ହେଲା ବିଦ୍ୟୁତ ସେବା ବନ୍ଦ ରହିିଛି। ଫଳରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଗତ କିଛି ଦିନ ହେଲା ଅପରାହ୍ନ ସମୟ ଆସିଲେ ଘଡଘଡି ସହ ପବନ ଏବଂ କୁଆପଥର ବର୍ଷା ଯୋଗୁଁ ସାଧାରଣ ଜନତା ଅତିଷ୍ଠ ହୋଇପଡିଛନ୍ତି। ଏହାର ପ୍ରଭାବରେ ଲମତାପୁଟ ସମେତ ଆଖପାଖ ଅଞ୍ଚଳରେ ଦୁଇ ଦିନ ହେଲା ବିଦ୍ୟୁତ ସେବା ବନ୍ଦ ରହିଛି। ବିଦ୍ୟୁତସେବା ନଥିବା ଯୋଗୁଁ ମାଛକୁଣ୍ଡ ବ୍ୟତୀତ ଲମତାପୁଟ ବ୍ଲକର ସମସ୍ତ ଅଞ୍ଚଳ ଅନ୍ଧକାର ହୋଇପଡିଛି। ବିଦ୍ୟୁତ ସେବା ନଥିବା ଯୋଗୁଁ ମେଡିକାଲରେ ରୋଗୀ ଚିକିତ୍ସା ସମେତ ମୋବାଇଲ ସେବାରେ ମଧ୍ୟ ବ୍ୟାଘାତ ଦେଖାଦେଇଛି। ସେହିପରି କାଳବୈଶାଖୀ ଯୋଗୁଁ ତୁସୁବା ଗ୍ରାମ ପଞ୍ଚାୟତର ଶ୍ୟାମ ମୁର୍ଜିଆଙ୍କ ଘରର ଛପର ଉଡିଯାଇଥିବା ଜଣାଯାଇଛି। ସାଉଥ୍‌କୋ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟୁତ ଯୋଗାଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର