ଜୟପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଜମାଦାରପଡ଼ା ଗାଁର ୬୦ଜଣ ଶ୍ରମିକ କୋରାପୁଟ ଜିଲ୍ଲାର ରଣ୍ଡାପାଲ୍ଲୀ କେନ୍ଦୁପତ୍ର ବସ୍ତା ବାନ୍ଧିବା ପାଇଁ ଆସିଥିଲେ। ଏମାନଙ୍କ ମଧ୍ୟରୁ ୨୧ଜଣ ଶ୍ରମିକଙ୍କର କାମ ସରିବା ପରେ ଠିକାଦାର ଜଣକ ଏମାନଙ୍କ ପ୍ରାପ୍ୟ ଟଙ୍କା ଦେଉନଥିବା ପବିତ୍ର ହୀରଣ, ବଂଶୀ ହୀରଣ, ଜଗାହୀରଣ, ଉମା ହୀରଣ, ଲୁଲୁ ହୀରଣ,ଗିରୀ ହୀରଣ, ସୁଜୟ ହୀରଣ, ଭୀମ ହୀରଣ ପ୍ରମୁଖ ଅଭିଯୋଗ କରିଛନ୍ତି। ଏହି ଶ୍ରମିକ ମାନେ ଜୟପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇବି ଅଭିଯୋଗ କରିଛନ୍ତି। ଗତ ମାସ ୨୨ତାରିଖ ଦିନ ଏମାନେ କାମ କରିବାକୁ ରଣ୍ଡାପାଲ୍ଲୀ ଆସିଥିଲେ। ଏମାନଙ୍କୁ ଏଠାକୁ ଆଣିବା ପୂର୍ବରୁ ଠିକାଦାରଙ୍କ ପ୍ରତିନିଧି ଜଣକ ସଠିକ ସମୟରେ ମଜୁରୀ ଦେବା, ବସଭଡ଼ା, ରହିବା ସମୟରେ ଘର ଓ ୩ଓଳି ଖାଇବାକୁ ଦେବାକୁ ପ୍ରତିଶ୍ରୃତି ଦେଇଥିଲେ। ଏହି ଶ୍ରମିକ ମାନେ ରଣ୍ଡାପାଲ୍ଲୀ ଆସିବା ପରେ ସେ ଏସବୁ କିଛି ଦେଇନଥିଲେ। ଶ୍ରମିକ ମାନେ ଖୋଲା ଆକାଶ ତଳେ ଦିନ କଟେଇ ଥିଲେ। ତେବେ ଏହି ୨୧ଜଣଙ୍କର କାମ ସରିବା ପରେ ଯିବା ପାଇଁ କହିବା ପରେ ଠିକାଦାର ଜଣକ ଏମାନଙ୍କର ପ୍ରାପ୍ୟ ଜଣକା ପିଛା ୬ହଜାର ଟଙ୍କା ଏବଂ ବସଭଡା ଆଦି ଦେଇ ନଥିଲେ। ଏମାନେ ସବୁ ୧୦କିଲୋମିଟର ଚାଳି ଚାଳି ଜୟପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ। ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଏହି ପ୍ରବାସୀ ଶ୍ରମିକଙ୍କର ମଜୁରୀ କିଭଳି ମିଳିବ ସେ ବ୍ୟବସ୍ଥା କରିବାକୁ ଏମାନେ ନିବେଦନ କରିଚନ୍ତି।
୨୧ ଜଣ କେନ୍ଦୁପତ୍ର ବସ୍ତାବନ୍ଧାଳି ଶ୍ରମିକଙ୍କ ମଜୁରୀ ଦେଇ ନଥିବା ଅଭିଯୋଗ
/sambad/media/post_attachments/wp-content/uploads/2021/05/jpr-labour-1.jpg)