୧୮ରୁ ଚାଳିବ କିରଣ୍ଡଲ-ବିଶାଖାପାଟଣା ଏକ୍ସପ୍ରେସ

ଜୟପୁର : ଆସନ୍ତା ୧୮ତାରିଖରୁ ଚାଳିବ କିରଣ୍ଡଲ-ବିଶାଖାପାଟଣା ଏକ୍ସପ୍ରେସ। ଇଷ୍ଟକୋଷ୍ଟ ରେଳବିଭାଗ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ୧୮ତାରିଖ ଦିନ ବିଶାଖାପାଟଣାରୁ ସକାଳ ୬ଟା୪୫ରୁ ବାହାରିବ। ବିଶାଖାପାଟଣା, ସୀମାଂଚଳ, କୋଥାୱାଲସା, ଆରକୁ, କୋରାପୁଟ, ଜୟପୁର, ଜଗଦଲପୁର, ଦାନ୍ତେୱାଡା, ବାଚେଲୀ ଓକିରଣ୍ଡଲ ଷ୍ଟେସନରେ ଏହାର ରହଣୀ ରହିଥିବା ସୂଚନା ମିଳିଛି। ସେଭଳି ୧୯ତାରିଖ ଦିନ କିରଣ୍ଡଲରୁ ବିଶାଖାପାଟଣା ଅଭିମୁଖେ ଆଉ ଗୋଟିଏ ଟ୍ରେନ ବାହାରିବ। ୧୦ଟି ବଗିକୁ ନେଇ ଏହି ଟ୍ରେନଟି ଚଳାଚଳ କରିବ ବୋଲି ସୂଚନା ମିଳିଛି। ଏହା ନିୟମିତ ଭାବେ ଆଗାମୀ ଦିନରେ ପୂର୍ବଭଳି ପ୍ରତି ଦିନ ଚାଳିବ।

ସମ୍ବନ୍ଧିତ ଖବର