କୋରାପୁଟ: ଆଜି ଠାରୁ କୋରାପୁଟ ଜିଲ୍ଲା ମାଓମୁକ୍ତ ହେଲା ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ କୋରାପୁଟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କୋରାପୁଟ ପୁଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଛତିଶଗଡ଼ର ଏସିଏମ୍ କ୍ୟାଡର ମହିଳା ମାଓବାଦୀ ମମତା ପୋଡ଼ିଆମୀ ଓରଫ୍ ମାମି (୨୬) କୋରାପୁଟ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଡିଆଇଜି ଶ୍ରୀ ସିଂଙ୍କୁ ଏକ ଏସ୍ଏଲ୍ଆର୍ ବନ୍ଧୁକ ଓ ମାଓ ସାମଗ୍ରୀ ହସ୍ତାନ୍ତର କରି ମୁଖ୍ୟସ୍ରୋତକୁ ଫେରିଛି ମମତା।
ମାଓନେତ୍ରୀ ମମତା ଛତିଶଗଡ଼ ବିଜାପୁର ଜିଲ୍ଲା ପାମେଡ ଥାନା ଅନ୍ତର୍ଗତ ଲିଙ୍ଗାପୁରମ ଗାଁର ବାସିନ୍ଦା। ଏସିଏମ୍ କ୍ୟାଡର ମମତାଙ୍କ ନାଁରେ ଛତିଶଗଡ଼ର କଟେକଲ୍ୟାଣ ଥାନାରେ ବହୁ ଗୁରୁତର ମାମଲା ଥିବା ବେଳେ ଛତିଶଗଡ଼ ଓ ଓଡ଼ିଶା ସୀମାନ୍ତରେ ବହୁ ଗୁଳି ବିନିମୟ ଓ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ରହିଥିଲେ ବୋଲି ଡିଆଇଜି କହିଛନ୍ତି। ଆଜି ସେ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏକ ଏସ୍ଏଲ୍ଆର୍ ବନ୍ଧୁକ, ୧୦ଟି ଗୁଳି, ମେଗାଜିନ୍, ଟିଫିନ୍ ବୋମା, କୋଡେକ୍ସ ତାର ଆଦି ପୁଲିସକୁ ହସ୍ତାନ୍ତର କରିଛି। ମାଓନେତ୍ରୀ ମମତାକୁ ରାଜ୍ୟ ସରକାରଙ୍କ ନୀତି ଆଧାରରେ ୫ ଲକ୍ଷ ୫୦ ହଜାର, ବନ୍ଧୁକ ପାଇଁ ୧ ଲକ୍ଷ ୬୫ ହଜାର ଏଭଳି ୭ ଲକ୍ଷ ୧୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ।
ଆହୁରି ପଢ଼ନ୍ତୁ: Mumbai Horror: ୧୬ଜଣଙ୍କ ଡିଏନ୍ଏ ଟେଷ୍ଟ ପରେ ଜଣାପଡ଼ିଲା ବାପା ହିଁ ଦୁଷ୍କର୍ମକାରୀ, ବାପା-ଝିଅ ପବିତ୍ର ସମ୍ପର୍କରେ ଲାଗିଲା ଦାଗ
ଏ ଅବସରରେ ଡିଆଇଜି ଶ୍ରୀ ସିଂ କୋରାପୁଟ ଜିଲ୍ଲା ମାଓ ମୁକ୍ତ ଜିଲ୍ଲା ହେଲା ବୋଲି ଘୋଷଣା କରିଛନ୍ତି। ପୂର୍ବରୁ ନକ୍ସଲଙ୍କ ଗଡ଼ ଥିବା କୋରାପୁଟ ଜିଲ୍ଲାରେ ବହୁ ନକ୍ସଲ କାଣ୍ଡ ଘଟିଛି। ସରକାରଙ୍କ ନୀତି ଅନୁଯାୟୀ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଆର୍ଥିକ ସହାୟତା, ପୁନର୍ବାସ ଲାଭ, ଦକ୍ଷତା ବିକାଶ ତାଲିମ, ଗୃହ ନିର୍ମାଣ ସହାୟତା, ସ୍ୱାସ୍ଥ୍ୟସେବା, ବିବାହକାଳୀନ ସହାୟତା ଏବଂ ସାମାଜିକ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରାଯାଇଛି।
ଆହୁରି ପଢ଼ନ୍ତୁ: Mohan Charan Majhi: ୫ଟି ଦେଶର ସେନା ବାହିନୀ ଅଧିକାରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ସମ୍ପ୍ରତି ମାଲକାନଗିରି ଜିଲ୍ଲାରେ ପ୍ରାୟ ୨୨ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଗତକାଲି ଛତିଶଗଡ଼ କାଙ୍ଗେର ଘାଟି ଏରିଆ କମିଟିର ସଦସ୍ୟ ସୁଖରାମ ମାଡ଼କାମ ମାଲକାନଗିରି ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିଲା। କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ନିରନ୍ତର ଭାବେ ଅପରେସନ୍ ଜାରି ରହିଛି ଏବଂ ରହିବ ବୋଲି ଡିଆଇଜି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ବିଏସ୍ଏଫ୍ ଡିଆଇଜି ସତ୍ୟବାନ, କମାଣ୍ଡାଣ୍ଟ ସଞ୍ଜୟ, ଜୟପୁର ଏସ୍ଡିପିଓ ପାର୍ଥୋ କଶ୍ୟପ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/05/05bbs_50_05022026_112-2026-02-05-17-02-00.jpg)