ତେଲେଙ୍ଗାନାର ଇଟାଭାଟିରୁ ଭିଟାମାଟିକୁ ଫେରିଲେ ୧୬ ଯୁବତୀ, ଓଳିଏ ଖାଇଲେ ଓଳିଏ ଉପାସରେ ରହି କରୁଥିଲେ କାମ

ଲକ୍ଷ୍ମୀପୁର: ତେଲେଙ୍ଗାନାର ଇଟାଭାଟିରେ କାମ କରୁଥିବା କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ପିପଳପଦର ଗ୍ରାମପଞ୍ଚାୟତର ପିସ୍କା ଡାଙ୍ଗ ଓ ଚୁଚୁକଣା ଗାଁର ୧୬ ଜଣ ଯୁବତୀ ରବିବାର ନିଜର ଭିଟାମାଟିକୁ ଫେରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ଶ୍ରମିକମାନେ ବନ୍ଧକ ଭାବେ ରହିଥିବା ଖବର ପ୍ରଚାର ହେବା ପରେ ଜିଲ୍ଲାପାଳ ଓ ଏସପି ନିର୍ଦେଶ କ୍ରମେ ଲକ୍ଷ୍ମୀପୁରର ଏକ ପୁଲିସ ଟିମ୍‌ ସହ ଶ୍ରମ ଇନିସପେକଟର ଯୁବତୀମାନଙ୍କୁ ଉଧାର ପାଇଁ ତେଲେଙ୍ଗାନା ଗସ୍ତ କରିଥିଲେ। ତେଲେଙ୍ଗାନା ପୁଲିସ ସହ ସେଠାକାର ଶ୍ରମ ବିଭାଗ ଅଧିକାରୀଙ୍କ ସହାୟତାରେ ଶୁକ୍ରବାର ସାଦନଗର ଜିଲ୍ଲା ଅଞ୍ଚଳର ଏକ ଇଟା ଭାଟିରେ କାର୍ଯ୍ୟରତ ଯୁବତମାନଙ୍କୁ କୋରାପୁଟରୁ ଯାଇଥିବା ଟିମ୍‌ ଉଧାର କରିଥିବା ବେଳେ ସେମାନଙ୍କୁ ରବିବାର ଲକ୍ଷ୍ମୀପୁରକୁ ଅଣାଯାଇଛି।

ଲକ୍ଷ୍ମୀପୁର ଏସଡିପିଓ ତପନ ନାରାୟଣ ରଥ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କୋରାପୁଟ ଶ୍ରମ ଇନିସପେକଟରଙ୍କ ସହ ଲକ୍ଷ୍ମୀପୁରର ପୁଲିସ ଟିମ୍‌ ଦୀର୍ଘ ୩ ଦିନ ଧରି ତେଲେଙ୍ଗାନାର ସାଦନଗର ଜିଲ୍ଲା ଅଞ୍ଚଳରେ ଖୋଜାଖୋଜି କରିବା ପରେ ରାମଦାସ୍‌ ନାମକ ଇଟା ଭାଟିରୁ ଦୟନୀୟ ଅବସ୍ଥାରେ କାର୍ଯ୍ୟ କରୁଥିବା ୧୬ ଜଣ ଯୁବତୀଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କ ସହ ଥିବା ଜଣେ ଯୁବକଙ୍କୁ ମଧ୍ୟ ଉଧାର କରାଯାଇଥିବା ପ୍ରକାଶ କରିଛନ୍ତିିା ଓଡିଶା ପୁଲିସ୍‌ ଓ ଶ୍ରମ ଇନିସପେକଟର ଇଟା ଭାଟି ରେ ପହଞ୍ଚିବା ପରେ ମଧ୍ୟ ଇଟାଭାଟି ମାଲିକ ରାମଦାଶ ଶ୍ରମିକଙ୍କୁ ଛାଡିବାକୁ ନାରାଜ୍‌ ଥିଲେ। ଏପରିକି ଶ୍ରମିକ ଠିକାଦାର ୨ଲକ୍ଷ ୫୦ ହଜାର ଟଙ୍କା ଅଗ୍ରୀମ ନେବା ସହ ଯୁବତୀ ଶ୍ରମିକମାନଙ୍କୁ ବନ୍ଧକ ଭାବେ ଦେଇଥିବା ସେ ଖୋଲାଖୋଲି କହିବା ସହ ମାର୍ଚ୍ଚ ମାସରେ ଛାଡିବି ବୋଲି କହିଥିଲା। ପରେ ତେଲେଙ୍ଗାନା ପୁଲିସର ହସ୍ତକ୍ଷେପ ପରେ ସମସ୍ତ ଯୁବତୀଙ୍କୁ ଇଟାଭାଟି ମାଲିକ ଛାଡିଥିଲା।

ଶ୍ରମିକମାନେ ପ୍ରାୟ ୮୦ ଦିନ କାର୍ଯ୍ୟ କରିଥିଲେ ମଧ୍ୟ ଟଙ୍କାଟିଏ ନଦେଇ ସେମିତି ହିଁ ମାଲିକ ଛାଡିଦେଇଥିଲାା ଫେରିଆସିଥିବା ଯୁବତୀ ଶ୍ରମିକମାନେ ଆଜି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି କି ଯଦି ଲକ୍ଷ୍ମୀପୁର ପୁଲିସ ସେହି ସ୍ଥାନରେ ନଆସିଥାନ୍ତେ, ତାହେଲେ ସେମାନେ ଭିଟା ମାଟିକୁ ଫେରିବା ଆଦୌ ସମ୍ଭବପର ନଥିଲା। ଇଟା ଭାଟି ମାଲିକ ଓଳିଏ ଖାଇବାକୁ ଦେଲେ ଓଳିଏ ଉପାସରେ ରଖୁଥିଲା। ସପ୍ତାହକୁ ଥରେ ଗାଧୋଇବା ସକାଶେ ପାଣି ପ୍ରଦାନ କରୁଥିବା ବେଳେ ତାରପଲିନରେ ତିଆରି ହୋଇଥିବା କୁଡିଆରେ ୩ମାସ ରହିବାକୁ ପଡିଥିବା ସେମାନେ ପ୍ରକାଶ କରିଛନ୍ତିିା ସେମାନେ ଫେରିବାକୁ ଚେଷ୍ଠା କରିଥିବା ବେଳେ ଅଞ୍ଚଳର କିଛି ଲୋକଙ୍କ ଗାଳିଗୁଲଜ କରାଇବା ସହ ଏଠାରୁ ଯିବାକୁ ଚେଷ୍ଟା କଲେ ବେକ କାଟି ଦେବା ସକାଶେ ଧମକ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତିିା ଦଲାଲ୍‌ ଶ୍ରମିକ ଠିକାଦାରଙ୍କ ପ୍ରରୋଚନାରେ ପଡି ଜେକେପୁର ବଦଳରେ ତେଲେଙ୍ଗାନାର ଇଟାଭାଟିରେ ବନ୍ଧକ ଭାବେ ରହିବା ଘଟଣା ଜିବନରେ କେବେଭୁଲିହେବ ନାହିଁ ବୋଲି ପ୍ରକାଶ କରିଥିଲୋ

ସମ୍ବନ୍ଧିତ ଖବର