କୋରାପୁଟ: କେରଳ ବନ୍ୟା ପୀଡିତାଙ୍କୁ ଆର୍ଥୀକ ସାହାଯ୍ୟ ପ୍ରଦାନ କଲେ ଛାତ୍ରଛାତ୍ରୀ

ଲକ୍ଷ୍ମୀପୁର: କୋରପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ସାଙ୍ଗାନ୍ନା ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀମାନେ ମିଳିମିଶି କେରଳ ବନ୍ୟା ପୀଡିତାଙ୍କ ଉଦ୍ଦେଶ୍ୟରେ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତିା ଛାତ୍ରଛାତ୍ରୀମାନେ ୧୦୨୬ ଟଙ୍କା ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଓ ଅନ୍ୟାନ୍ୟ କର୍ମଚାରୀ ମିଳିମିଶି ୫ ହଜାର ଟଙ୍କା ପ୍ରଦାନ କରିଛନ୍ତିା ସମୁଦାୟ ୬ ହଜାର ୨୬ ଟଙ୍କାକୁ କେରଳ ସରକାରଙ୍କ ଉଦ୍ଦେଶ୍ୟରେ କେରଳର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଠାଇଦେଇଛନ୍ତିା

ପ୍ରକାଶ ଥାଉକି କେରଳର ଭୟଙ୍କର ବନ୍ୟା ଯୋଗୁଁ ଲକ୍ଷାଧିକ ଲୋକେ ପ୍ରଭାବିତ ହୋଇଥିବା ବେଳେ ବର୍ତମାନ ଅଳ୍ପ ଟଙ୍କା ହେଲେ ମଧ୍ୟ କିଛି ଗରିବ ମାନଙ୍କୁ ସାହାଯ୍ୟରେ ଆସିବ ଭାବି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ।

ସମ୍ବନ୍ଧିତ ଖବର