କୋରାପୁଟ (ପ୍ରଦୀପ ପାଢ଼ୀ): କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାରରେ ଗତକାଲି ୩ ଜଣ ଛାତ୍ର ବୁଡ଼ିଯାଇ ମୃତ୍ୟୁ ହେବା ଘଟଣାରେ ନବୋଦୟ ବିଦ୍ୟାଳୟ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ମାମଲାରେ କର୍ତ୍ତୃପକ୍ଷ ନବୋଦୟ ବିଦ୍ୟାଳୟର ୩ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ସେମାନେ ହେଲେ ପଦାର୍ଥ ବିଜ୍ଞାନ ଶିକ୍ଷକ ଚମନ୍ କୁମାର, କ୍ରୀଡ଼ା ଏବଂ ଶାରୀରିକ ଶିକ୍ଷା ଶିକ୍ଷକ ରାହୁଲ ସିଂ ଓ ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀର ଈଶ୍ଵର। ନବୋଦୟ ବିଦ୍ୟାଳୟର ଭୋପାଳସ୍ଥିତ ଆଞ୍ଚଳିକ ବିଭାଗୀୟ କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବିଦ୍ୟାଳୟର ଅଧକ୍ଷା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ସରିଥିଲା। ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ମାଛରା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇ ନିଜ ସ୍କୁଲକୁ ଫେରିଥିଲେ। ବସ୍ରେ ଫେରିବା ସମୟରେ ହିଁ ପିଲାମାନେ ଖୁସିରେ ହୋଲି ଖେଳିଥିଲେ। ତେବେ ଏହି ଖୁସି ବେଶି ସମୟ ରହିନଥିଲା। ନବଦୋୟ ବିଦ୍ୟାଳୟ ପଛ ପଟେ ଥିବା କୋଲାବ ଜଳଭଣ୍ଡାରେକୁ ଗାଧୋଇବା ପାଇଁ ଯାଇ ଲିଙ୍ଗରାଜ ଖିଲୋ, ଓମ ପ୍ରକାଶ ବେହେରା ଓ ସ୍ବସ୍ଥିତ ସୁନ୍ଦର ହାଲୱା ପାଣିରେ ବୁଡି ପ୍ରାଣ ହରାଇଥିଲେ। ଲିଙ୍ଗରାଜ ଖିଲୋ ଓ ସ୍ବସ୍ଥିତ ସୁନ୍ଦର ହାଲୱା କୋରାପୁଟ ଅଞ୍ଚଳର ହୋଇଥିବା ବେଳେ ଓମ ପ୍ରକାଶ ବେହେରା ଲକ୍ଷ୍ମୀପୁର ଅଞ୍ଚଳର।
ଆହୁରି ପଢ଼ନ୍ତୁ: Malkangiri: ମାଲକାନଗିରିରେ ଲୋକ ଅଧିକାର ଯାତ୍ରାକୁ ସ୍ବାଗତ
ପିଲାମାନେ ପରୀକ୍ଷା କେନ୍ଦ୍ରକୁ ଫେରିବା ପରେ ନୀଳଗିରି ହାଉସର ୮ ଗୋଟି ପିଲା କୋଲାବ ଜଳଭଣ୍ଡାରକୁ ଗାଧୋଇବା ପାଇଁ ଯାଇଥିଲେ। ସେଥି ମଧ୍ୟରୁ ଏହି ୩ ଜଣ ଛାତ୍ର ପାଣିରେ ବୁଡିଯାଇଥିଲେ। ଖବର ପାଇଁ ସ୍କୁଲର କର୍ମଚାରୀମାନେ ପିଲାମାନଙ୍କୁ ପାଣିରୁ ଉଦ୍ଧାର କରି କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସମସ୍ତ ୩ ଜଣ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପିଲାଙ୍କ ପରୀକ୍ଷା ସରିବା ପରେ ପିଲାଙ୍କୁ ନେବା ପାଇଁ ଅଭିଭାବକ ମାନଙ୍କୁ କୁହାଯାଇଥିଲା ବୋଲି ଗଣମାଧ୍ୟମକୁ ଅଧ୍ୟକ୍ଷା କହିଛନ୍ତି। ତେବେ ପିଲାଙ୍କ ସୁରକ୍ଷା ନେଇ ଏଠି ପ୍ରଶ୍ନ ଉଠୁଛି। କାରଣ ଅଭିଭାବକମାନେ ସେମାନଙ୍କ ଛୁଆଙ୍କୁ ସ୍କୁଲ ଭରସାରେ ଛାଡ଼ି ନିଶ୍ଚିନ୍ତରେ ରହୁଥିବା ବେଳେ ଏଭଳି ଦୁର୍ଘଟଣାକୁ ଅଭିଭାବକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/03/08/untitled-25-2026-03-08-19-31-31.jpeg)