ଆଜି ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ ବାତ୍ୟା ‘ଅସାନୀ’, ହାଇ ଆଲର୍ଟରେ କୋରାପୁଟ୍‌ ଜିଲ୍ଲା

କୋରାପୁଟ: ସାମୁଦ୍ରିକ ବାତ୍ୟା ‘ଅସାନୀ’ ଆଜି ଆନ୍ଧ୍ରପ୍ରଦେଶ ଉପକୂଳକୁ ଛୁଇଁବ। ତେଣୁ କୋରାପୁଟ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ସ୍ବତନ୍ତ୍ର ଭାବେ ପଟାଙ୍ଗି, ନନ୍ଦପୁର ଓ ସେମିଳିଗୁଡା ବ୍ଲକକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଭୁସ୍ଖଳନ ସମ୍ଭାବନା ରହିଥିବାରୁ ଗାଁଗୁଡିକୁ ନିରୀକ୍ଷଣ କରାଯାଉଛି। ଏଥିପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି।
ଅଗ୍ନିଶମ ବିଭାଗ ସଜାଗ ରହିଥିବା ବେଳେ ୨ଟି ଓଡ୍ରାଫ ଟିମକୁ ନନ୍ଦପୁର ଓ ପଟାଙ୍ଗିରେ ନିୟୋଜିତ କାରାଯାଇଛି। ଏହାସହ ଡାକବାଜି ଯନ୍ତ୍ର ମଧ୍ୟମରେ ସଚେତନ କରାଯାଉଛି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡ଼େଇବାକୁ ଆବଶ୍ୟକୀୟ ସାମଗ୍ରୀ ରଖାଯାଇଛି। ବାସହରାମାନଙ୍କୁ ସରକ୍ଷା ଦେବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର