ଲକ୍ଷ୍ମୀପୁର ବ୍ଲକରେ କର୍ମଚାରୀ ଅଭାବ, ଉନ୍ନୟନ୍ନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ବିଭିନ୍ନ ଗୁରୁତ୍ୱପୁର୍ଣ ପଦବି ଗୁଡିକ ଖାଲି ପଡିଛି। ଖାଲିପଡିଥିବା ପଦବି ଗୁଡିକ ଦିର୍ଘଦିନ ହେଲା ପୂରଣ ହୋଇପାରୁନଥିବା କାରଣରୁ ଉନ୍ନୟନ୍ନ ମୂଳକ କାର୍ଯ୍ୟରେ ଅନେକ ସମସ୍ୟା ଉପୁଯୁଥିବା ସାଧାରଣରେ ଦାବି ହୋଇଛିା ଦିର୍ଘ ଦିନ ହେଲା ବ୍ଲକର ସହକାରୀ ଯନ୍ତ୍ରୀ ପଦବି ଖାଲି ପଡିଥିବା ବେଳେ ନାରାୟଣପାଟଣା ବ୍ଲକର ସହକାରୀ ଯନ୍ତ୍ରୀଙ୍କୁ ଲକ୍ଷ୍ମୀପୁର ବ୍ଲକରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛିା ବ୍ଲକରେ ସେହିପରି ଗୋଟିଏ ଯୁନିଅର କ୍ଲର୍କ ପଦବିରୁ ସେହି ଗୋଟିଏ ଖାଲି ପଡିଥିବା ବେଳେ ୩ ଜଣ ସିନିୟର କ୍ଲର୍କଙ୍କ ମଧ୍ୟରୁ ୨ ଜଣ ରହିଥିବା ବେଳେ ଗୋଟିଏ ପୋଷ୍ଟ ଖାଲି ପଡିଛିା ହେଡ୍‌ କ୍ଲର୍କ ପଦବି ମଧ୍ୟ ଦିର୍ଘ ଦିନ ଖାଲି ପଡିଥିବା ବେଳେ ୫ ଜଣ ପିଅନ ରହିବା ସ୍ଥଳେ ୪ଟି ପିଅନ ପଦବି ଖାଲି ପଡିଛି ଓ ମାତ୍ର ଜଣେ ପିଅନ ଦ୍ୱାରା ସମସ୍ତ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛିା

ବ୍ଲକର ଯୋଗାଣ ଅଧିକାରୀ ପଦବି ରହିଥିଲେ ମଧ୍ୟ ଯୋଗାଣ ଅଧିକାରୀଙ୍କୁ ଦଶମନ୍ତପୁର ବ୍ଲକର ଅତିରିକ୍ତ ଦାୟିତ୍ୱପ୍ରଦାନ କରାଯାଇଛି। ସେହିପରି ୧୩ଟି ପଞ୍ଚାୟତରେ ୧୩ ଜଣ ପିଇଓଙ୍କ ସ୍ଥାନରେ ଗୋଟିଏ ପିଇଓ ପୋଷ୍ଟ ମଧ୍ୟ ଖାଲି ରହିଛିା ଓଏଲ୍‌ଏମ୍‌ର ବିପିଏମ୍‌ ଏଠାରୁ ବଦଳି ହୋଇଯାଇଥିବା ବେଲେ ବିପିଏମ୍‌ ପୋଷ୍ଟ ଓ ଏନ୍‌ଆରଇଜିଏସ୍‌ ଭଳି ଗୁରୁତ୍ୱପୁର୍ଣ କାର୍ଯ୍ୟର ଏପିଓ ପଦବି ମଧ୍ୟ ଖାଲି ରହିଥିବା ବେଳେ ବ୍ଲକର ବିଏସ୍‌ଏସ୍‌ଓ ମଧ୍ୟ ଲକ୍ଷ୍ମୀପୁର ଓ ଦଶମନ୍ତପୁର ବ୍ଲକର ଡୁଆଲ୍‌ ଚାର୍ଜରେ ରହିଛନ୍ତିା ବ୍ଲକର ଆଇସିଡିଏସ୍‌ର ଅବସ୍ଥା ନକହିବା ଭଲ।

ଆଇସିଡିଏସ୍‌ ରହିଥିବା ପୁରୁଣା ଗାଡିକୁ ଗତ କିଛି ମାସ ତଳେ ଅକ୍ସନରେ ନିଲାମ୍‌ କରାଯିବା ପରେ ସରକାରଙ୍କ ତରଫରୁ ଆଉ କିଛି ଗାଡିର ବ୍ୟବସ୍ଥା କରାଯାଇନାହିଁ। ଯାହା ଫଳରେ ସିଡିପିଓ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ମଧ୍ୟ ବୁଲି ଦେଖିପାରୁନଥିବା ଜଣାପଡିଛିା ଜିଲ୍ଲାର ଲକ୍ଷ୍ମୀପୁର ଭଳି ଗୁରୁତ୍ୱପୁର୍ଣ ବ୍ଲକକୁ ଜିଲ୍ଲାପ୍ରଶାସନ ତରଫରୁ ବ୍ଲକର ଏତେସବୁ ଗୁରୁତ୍ୱପଦବି ଖାଲି ରଖିଥିବା ଯୋଗୁଁ ବ୍ଲକର ଉନ୍ନୟନ୍ନ କାର୍ଯ୍ୟ କିପରି ସମାପନ ହୋଇପାରୁଥିବ ତାହା ସହଜରେ ଅନୁମାନ କରାଯାଇ ପାରିବ। ଠିକାଦାରମାନେ ବିଲ୍‌ ପତ୍ର ପାଇବା ସକାଶେ ଅନେକ ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତିା

ସମ୍ବନ୍ଧିତ ଖବର