କୋରାପୁଟ: କୋରାପୁଟର ଆଦିବାସୀ ସଂଗ୍ରହାଳୟ ସାଂସ୍କୃତିକ ଗର୍ବର ଏକ ଆଲୋକ ଭାବରେ ଉଭା ହୋଇଛି, ଯାହା ପରିଦର୍ଶକମାନଙ୍କୁ ଆଦିବାସୀ ଜୀବନ, ସଂସ୍କୃତି ଏବଂ ଐତିହ୍ୟର ସମୃଦ୍ଧ ଇତିହାସକୁ ଅନୁସନ୍ଧାନ କରିବାକୁ ଉତ୍ସାହିତ କରିଥାଏ। ଏହାର ପ୍ରଦର୍ଶନୀ କେବଳ ଆଦିବାସୀ ସମ୍ପ୍ରଦାୟର ଜୀବନ୍ତ ପରମ୍ପରାକୁ ପ୍ରଦର୍ଶନ କରେ ନାହିଁ ବରଂ ସମୟ ସହିତ ସେମାନଙ୍କ ସ୍ଥିରତା ଏବଂ ସଂଘର୍ଷର ଅବିସ୍ମରଣୀୟ କାହାଣୀକୁ ମଧ୍ୟ ବର୍ଣ୍ଣନା କରୁଛି। ଧାନ ଏବଂ ମିଲେଟ ଚାଷ କରିବାରେ ଅଗ୍ରଦୂତ ହେବା ଠାରୁ ଆରମ୍ଭ କରି କଳାକୃତି ମାଧ୍ୟମରେ ଆଦିବାସୀ ପୁରୁଷ ଏବଂ ମହିଳାଙ୍କ ରଙ୍ଗୀନ ଜୀବନକୁ ଚିତ୍ରଣ କରିବା ପର୍ଯ୍ୟନ୍ତ ସଂଗ୍ରହାଳୟ ଗର୍ବ ଏବଂ ଗୌରବର ଚିତ୍ର ଆଙ୍କିଛି। ଅବଶ୍ୟ, ଏହି ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଥିବା ଗୃହ ନଏକ ଭିନ୍ନ ଅତୀତର ପ୍ରତିଧ୍ୱନୀକୁ ମଧ୍ୟ ଧାରଣ କରେ– ଉପନିବେଶବାଦୀ ଇଂରେଜଙ୍କ ଅଧୀନରେ ଆସାମର ଚା ବଗିଚାକୁ ଏହି ଅଞ୍ଚଳର ଆଦିବାସୀଙ୍କୁ ଦାଦନ ଶ୍ରମିକ ଭାବେ ସ୍ଥାନାନ୍ତରଣ କରିବାର ଚିତ୍ରରେ ଭରି ରହିଛି।
ବର୍ତ୍ତମାନ ଆଦିବାସୀ ସଂଗ୍ରହାଳୟର ପରିସର ୧୯୨୩ ମସିହାରେ ପ୍ରତିଷ୍ଠିତ ଚା ଜିଲ୍ଲା ଶ୍ରମ ସଂଘ (ଟିଡିଏଲଏ) ଦ୍ବାରା ବ୍ୟବହୃତ ହୋଇଥିଲା। ପରବର୍ତ୍ତୀ ତିନି ଦଶନ୍ଧି ମଧ୍ୟରେ ଏହି ଆସୋସିଏସନ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଆସାମକୁ ପ୍ରାୟ ୩ହଜାର ଶ୍ରମିକଙ୍କ ବାର୍ଷିକ ସ୍ଥାନାନ୍ତରଣକୁ ସହଜ କରିଥିଲା। ୧୯୫୭ ମସିହାରେ ଆସୋସିଏସନ କାର୍ଯ୍ୟ ବନ୍ଦ କରିବା ବେଳକୁ ଏକ ଲକ୍ଷରୁ ଅଧିକ ଶ୍ରମିକ ଆସାମକୁ ପଠାଯାଇଥିଲା ଏବଂ ଏହି ଅଞ୍ଚଳର ଇତିହାସରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡ଼ି ଯାଇଛି।
ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଥିବା ଗୃହ ନଏକ ଭିନ୍ନ ଅତୀତର ପ୍ରତିଧ୍ୱନୀକୁ ମଧ୍ୟ ଧାରଣ କରେ– ଉପନିବେଶବାଦୀ ଇଂରେଜଙ୍କ ଅଧୀନରେ ଆସାମର ଚା ବଗିଚାକୁ ଏହି ଅଞ୍ଚଳର ଆଦିବାସୀଙ୍କୁ ଦାଦନ ଶ୍ରମିକ ଭାବେ ସ୍ଥାନାନ୍ତରଣ କରିବାର ଚିତ୍ରରେ ଭରି ରହିଛି।
ଆଜି ମଧ୍ୟ ଅନେକ ଓଡ଼ିଆ ପରିବାର ଆସାମର ଚା ବଗିଚା ଏବଂ ଏହାର ଆଖପାଖ ଅଞ୍ଚଳରେ ବାସ କରନ୍ତି ବୋଲି କହିଛନ୍ତି ଆଦିବାସୀ ସଂଗ୍ରହାଳୟର ନିର୍ଦ୍ଦେଶକ ଡକ୍ଟର ଜଗବନ୍ଧୁ ସାମଲ। ଟିଡିଏଲଏ ଦ୍ୱାରା ନିଯୁକ୍ତ ଶ୍ରମିକମାନେ ବିଶାଳ କୋଠା ନିକଟରେ ଥିବା ସଂକୀର୍ଣ୍ଣ ଘରେ ରହୁଥିଲେ। ଶ୍ରମିକ ଚାଲାଣକାରୀ ଏଜେଣ୍ଟମାନଙ୍କ ବାସସ୍ଥାନ ଥିଲା ବିଳାସପୂର୍ଣ୍ଣ, ଯାହା ବର୍ତ୍ତମାନ କୋରାପୁଟର ଆଦିବାସୀ ଐତିହ୍ୟକୁ ପ୍ରଦର୍ଶିତ ପାଳନ କରିବା ପାଇଁ ଆଦିବାସୀ ସଂଗ୍ରହାଳୟ ଭାବେ ପୁନଃ ସ୍ଥାପିତ ହୋଇଛି।