କନ୍ଧମାଳ: ବାରଖମା ଶୋଭାଯାତ୍ରା ପାଇଁ ପ୍ରଶାସନ ଅନୁମତି ନଦେଲେ ୨୫ରେ ବନ୍ଦ ଡାକରା

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରେ ଡିସେମ୍ବର ୨୫ ବଡ଼ଦିନକୁ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତେକ ଥାନା ଅଂଚଳରେ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ନେଇ ଶାନ୍ତି କମିଟି ବେଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧକ୍ଷତାରେ ଶୁକ୍ରବାର କୁଇ ସମାଜ ସମେତ ହିନ୍ଦୁ ଓ ଖ୍ରୀଷ୍ଟିଆନ ସମାଜର ପ୍ରତିନିଧିମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା କିନ୍ତୁ ଶନିବାର ବାଲିଗୁଡା ଠାରେ କୁଇ ସମାଜ ସମ୍ପାଦକ ଲମ୍ବଧର କହ୍ନରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ଜିଲ୍ଲାର କୋଣ ଅନୁକୋଣରୁ କୁଇ ସମାଜ କର୍ମୀ ଯୋଗ ଦେଇଥିଲେ। ସବୁ ବର୍ଷ ଭଳି ବାରଖମା ଠାରେ ଶହୀଦ ଖଗେଶ୍ୱର ମଲିକଙ୍କ ଏକାଦଶ ତମ ଶହୀଦ ଦିବସ ପାଳନ କରାଯିବ ଓ ଏକ ଶୋଭାଯାତ୍ରାରେ ଯାଇ କୁଇ ସମାଜର ନୂତନ ଗୃହକୁ ଉଦଘାଟନ କରାଯିବ। ପ୍ରଶାସନ ଶୋଭାଯାତ୍ରାକୁ ବିରୋଧ କରୁଥିବାରୁ କୁଇ କୁଳ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଯଦି ବାରଖମାରେ କୁଇସମାଜର ଶୋଭାଯାତ୍ରାକୁ ବିରୋଧ କରେ ତେବେ ଡିସେମ୍ବର ୨୫କୁ ବନ୍ଦ ଡାକରା ଦେବାକୁ ବାଧ୍ୟ ବୋଲି ଲମ୍ବଧର କହ୍ନର ଚେତାବନି ଦେଇଛନ୍ତି।

ସମ୍ବନ୍ଧିତ ଖବର