ବୈପାରିଗୁଡା: ଚିନାବାଦାମ ମଣ୍ଡିରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକଙ୍କୁ ନିଳମ୍ବିତ କରାଯାଇଛି। ୨୪୦ ଜଣ ଚିନାବାଦାମ ଚାଷୀ ମଣ୍ଡିରେ ନାମ ପଞ୍ଜିକୃତ କରିଥିବା ବେଳେ ଦୀର୍ଘ ୪ ମାସ ତଳେ ମଣ୍ଡିରେ ଚିନାବାଦାମ ବିକ୍ରି କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ବିକ୍ରି ଟଙ୍କା ପାଇ ପାରୁନଥିବାରୁ ସମସ୍ତ ଚାଷୀ ଏକତ୍ରିତ ହୋଇ ଧାରଣାରେ ବସିବା ସହ କୋରାପୁଟ ଜିଲ୍ଲା ବୈପାରିଗୁଡା ଲ୍ୟାମ୍ପସ୍‌ରେ ଗତ ୧୬ ତାରିଖ ଦିନ କାର୍ଯ୍ୟାଳୟରେ ତାଲା ପକାଇଥିଲେ। 

Advertisment

ବୈପାରିଗୁଡ଼ାଙ୍କ ୭ ଶହ କୁଇଣ୍ଟାଲ ଚିନାବାଦାମ କିଣିଥିଲା ବୈପାରିଗୁଡା ଲ୍ୟାମ୍ପସ। ଟଙ୍କା ମିଳିବା ବିଳମ୍ବ ହେବାରୁ ଚାଷୀ ଲ୍ୟାମ୍ପସ୍‌ରେ ତାଲା ପକାଇବା ପରେ କିଛି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା। ଚାଷୀଙ୍କ ମଧ୍ୟରୁ ୧୦ ଜଣ ଚିନାବାଦାମ ବିକ୍ରି କରିଥିଲେ ସୁଦ୍ଧା ତାଙ୍କ ନାଁ ରେଜିଷ୍ଟ୍ରେସନ ହୋଇ ନାହିଁ।

୨୪୦ ଜଣ ଚିନାବାଦାମ ଚାଷୀ ମଣ୍ଡିରେ ନାମ ପଞ୍ଜିକୃତ କରିଥିବା ବେଳେ ଦୀର୍ଘ ୪ ମାସ ତଳେ ମଣ୍ଡିରେ ଚିନାବାଦାମ ବିକ୍ରି କରିଥିଲେ। ୭ ଶହ କୁଇଣ୍ଟାଲ ଚିନାବାଦାମ କିଣିଥିଲା ବୈପାରିଗୁଡା ଲ୍ୟାମ୍ପସ। ଟଙ୍କା ମିଳିବା ବିଳମ୍ବ ହେବାରୁ ଚାଷୀ ଲ୍ୟାମ୍ପସ୍‌ରେ ତାଲା ପକାଇବା ପରେ କିଛି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା।

ମାର୍କଫେଡ୍ କର୍ମଚାର ଜଣକ ଫେକ୍ ଆଇଡି ରେ ଚଞ୍ଚକତା କରି କିଛି ଅଣ ଚାଷୀ ନାମରେ ମଣ୍ଡିରେ ବାଦାମ ବିକ୍ରି କରିନଥିବା ସତ୍ତ୍ବେ ତାଙ୍କ ନାମରେ ଟଙ୍କା ଯାଇଛି। ଚାଷୀଙ୍କ ଅଭିଯୋଗ ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ମଣ୍ଡିର ଦୁର୍ନୀତି ପଦାକୁ ଆସିଛି। ତେବେ ମଣ୍ଡି ଉଦଘାଟନ ବେଳେ ନେତା ନଡ଼ିଆ ବାଡ଼େଇ ଭାଷଣ ଦେଲେ କିନ୍ତୁ ଏବେ ଚାଷୀଙ୍କ ଅସୁବିଧା ବେଳେ କାହାର ଦେଖା ନାହିଁ। ମଣ୍ଡିରେ ବହୁ ଦୁର୍ନୀତି ହୋଇଥିବା ନେଇ ଚାଷୀ ଅଭିଯୋଗ କରିବା ସହ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ମଣ୍ଡିର ଏଭଳି ଦୁର୍ନୀତି ସାମ୍ନାକୁ ଆସିବା ପରେ ଲ୍ୟାମ୍ପସ୍ ପରିଚାଳନା ନିର୍ଦ୍ଦେଶକ ରବି ମିଶ୍ରଙ୍କୁ  କମିଟି ନିଳମ୍ବିତ କରିଛି।

Koraput