ନନ୍ଦପୁର: ନନ୍ଦପୁର ବ୍ଲକ ପାଡୁଆ ଥାନା ପରିସରରେ ଜଣେ ଯୁବକଙ୍କ ସହ ଯୁବତୀଙ୍କର ବିବାହ ପୁଲିସ ଉପସ୍ଥିତି ରେ ସମ୍ପନ୍ନ ହୋଇଛି। ଏହି ଵିଵାହ ସମୟରେ ପୁଲିସ, ଲୋକ ପ୍ରତିନିଧି, ଏବଂ ଦୁଇ ପକ୍ଷର ପରିବାର ଓ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପାଡୁଆ ଥାନା ଅଧୀନ ବାଡେଲ ଗ୍ରାମର ରବୀନ୍ଦ୍ର ଚାଲାଣ (୨୨) ଓ ମଞ୍ଜୁଳା ହନ୍ତାଳ (୧୯)ଙ୍କ ମଧ୍ୟ ପ୍ରେମ ସମ୍ପର୍କ ପରେ ପ୍ରତାରଣା ଏବଂ ଶେଷରେ ଥାନାରେ ଵିଵାହ କରିଛନ୍ତି।

Advertisment

ରବୀନ୍ଦ୍ର ଏବଂ ମଞ୍ଜୁଳା ଦୁହେଁ ପରସ୍ପରକୁ ଭଲ ପାଇ ଆସୁଥିଲେ। ସେମାନେ ଵିଵାହ ମନସ୍ଥ କରି ୩/୬/୨୪ ରେ ଘରୁ ବାହାରି କିଛି ଦିନ ବାହାରେ ରହିଥିଲେ। ମାତ୍ର ତିନି ଦିନ ପରେ ୬/୬/୨୪ ରେ ରବି ପ୍ରେମିକା ମଞ୍ଜୁକୁ ଗାଁ ଠାରୁ କିଛି ଦୂରରେ ଆଣି ଛାଡ଼ି ଚାଲିଯାଇଥିଲେ। ମଞ୍ଜୁ ରବିକୁ ଅପେକ୍ଷା କରିବା ପରେ ମଧ୍ୟ ରବି ଆଉ ଦେଖା ଦେଇ ନଥିଲେ। ଶେଷରେ ମଞ୍ଜୁ ଗତ ୨୧/୬/୨୪ ରେ ପାଡୁଆ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହାକୁ ନେଇ ପାଡୁଆ ପୁଲିସ ପ୍ରେମିକ ରବିକୁ ଆଣି ଥାନାରେ ଅଟକ ରଖି ତାଙ୍କ ପରିବାର ଏବଂ ଝିଅ ପରିବାରକୁ ଡାକି ଆଲୋଚନା କରିଥିଲେ।

ଗାଁ ଲୋକ, ପରିବାର ଏବଂ ଭଦ୍ର ବ୍ୟକ୍ତିଙ୍କ ଆପୋଷ ବୁଝାମଣା ପରେ ପ୍ରେମିକ ରବି ପ୍ରେମିକା ମଞ୍ଜୁଳାକୁ ବାହା ହେଇ ସଂସାର ଗଢ଼ିବାକୁ ରାଜି ହୋଇ ଚୁକ୍ତି କରିବା ପରେ  ଏହି ଦୁଇ ଜଣଙ୍କ ଵିଵାହ ଥାନା ପରିସରରେ ଫୁଲମାଳ ପିନ୍ଧାଇ, କେକ୍ କାଟି ସମ୍ପନ୍ନ କରାଗଲା। ଏହି ଵିଵାହରେ ଦମ୍ପତିଙ୍କୁ ସମସ୍ତେ ଆଶୀର୍ବାଦ କରିଥିଲେ।