ଆନ୍ଧ୍ର ଓଡ଼ିଶା ସୀମାରୁ ୨ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ: ଅଭିଯୁକ୍ତ ଫେରାର

କୋରାପୁଟ: ମାଛକୁଣ୍ଡ ପୁଲିସ ଆନ୍ଧ୍ର ସୀମାନ୍ତରୁ ୨ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି। ତେବେ କୌଣସି ଚୋରାଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇନାହିଁ ପୁଲିସ। ଏହି ଗଞ୍ଜେଇ ଆନ୍ଧ୍ର ଓଡ଼ିଶା ସୀମାରୁ ଲମତାପୁଟ ଦେଇ ଛତିଶଗଡ଼କୁ ଚୋରାଚାଲାଣ କରାଯାଉଥିଲା। ଏକ ଇନୋଭା କାରରୁ ୯ଟି ବ୍ୟାଗରେ ପ୍ୟାକ୍ ହୋଇଥିବା ୨୧୯ କିଲୋଗ୍ରାମ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ। ବଡ଼କିଚବ ନଦୀଘାଟରୁ ମାଛକୁଣ୍ଡ ପୁଲିସ ଗଞ୍ଜେଇ ଜବତ କରିଛି। ଚୋରାଚାଲାଣକାରୀ ଦଳ ପୁଲିସକୁ ଦେଖି ପଳାଇ ଯାଇଥିବା ବେଳେ କୌଣସି ଅଭିଯୁକ୍ତ ଘଟଣାସ୍ଥଳରେ ଧରାପଡ଼ିନଥିଲେ। ଉକ୍ତ କାରର ନମ୍ବର ପ୍ଲେଟ୍ ନ ଥିବା ଜଣାଯାଇଛି।

ଏନଡିପିସି ଅଧିନିୟମ ଅନୁଯାୟୀ ମାଛକୁଣ୍ଡ ପୁଲିସ ଏକ ମାମଲା ରୁଜୁ କରିଛି। ଏସଆଇ ଟି ପଟ୍ଟନାୟକ ଏହି ଘଟଣାର ତଦନ୍ତ କରୁଛନ୍ତି। ଏନେଇ ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର