ଶାଶୁ ଓ ଝିଅଙ୍କୁ ହତ୍ୟା କରିବା ପରେ ଶ୍ରମିକଙ୍କ ଆତ୍ମହତ୍ୟା

କୋରାପୁଟ: ଶାଶୁ ଓ ଝିଅଙ୍କୁ ହତ୍ୟା କରିବା ପରେ ଜଣେ ଦିନ ମଜୁରିଆ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ କନ୍ଧ ସିରିଭା ଗ୍ରାମର ବିପୁଳ ପାଙ୍ଗୀ(୪୫) ଗୁରୁବାର ରାତିରେ ନିଜର ଶାଶୁ ଓ ଝିଅକୁ ହତ୍ୟା କରିଛି। ହତ୍ୟା ପରେ ନିଜେ କ’ଣ କରିବା ନିଷ୍ପତ୍ତି ନେଇ ନନେଇ ପାରି ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି। ସୂଚନା ମିଳିବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ରିପୋର୍ଟ ଲେଖାଯିବାକୁ ଅଧିକ ଘଟଣା ସମ୍ପର୍କିତ ଅନେକ ତଥ୍ୟକୁ ଅପେକ୍ଷା କରାଯାଇଥିବା ବେଳେ ପାରିବାରିକ କଳହ ଯୋଗୁଁ ୩ଜଣଙ୍କ ଜୀବନ ଚାଲି ଯାଇଛି ବୋଲି ସ୍ଥାନୀୟ ଲୋକେ କଥାବାର୍ତ୍ତା ହେଉଛନ୍ତି।

 

ସମ୍ବନ୍ଧିତ ଖବର