ପେଟୁରୁରେ ମାଓ ପୋଷ୍ଟର

ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ନକ୍ସଲ ପ୍ରବଣ ଅଞ୍ଚଳ ରୂପେ ପରିଚିତ ପେଟୁରୁ ଗ୍ରାମର ଏକ ଦୋକାନ ଗୃହ କାନ୍ଥରେ ଶ୍ରୀକାକୁଲମ କୋରାପୁଟ ଡିଭିଜନ ମାଓବାଦୀ ଲେଖାଥିବା ଏକ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରରେ ଅଞ୍ଚଳର ତିନି ଜଣଙ୍କ ନାମ ଲେଖାଯିବା ସହ ସେମାନଙ୍କୁ ହତ୍ୟା ଧମକ ଦିଆଯାଇଛି। ତେବେ ଉକ୍ତ ପୋଷ୍ଟରକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଚି। ଏହା ମାଓବାଦୀଙ୍କ ନା ଅନ୍ୟକେହି ଶତ୍ରୁତା ରଖି ଏହିଭଳି କରିଥାଇପାରନ୍ତି ବୋଲି ଆଲୋଚନା ଜୋର ଧରିଛି। ସୂଚନାଯୋଗ୍ୟକି, ଉକ୍ତ ଗ୍ରାମର ଗ୍ରାମରକ୍ଷୀ ଜଗା ଖିଲଙ୍କୁ ଗତ ଦୁଇ ବର୍ଷତଳେ ପୋଲିସ ଇନଫୋର୍ମର ସନ୍ଦେହରେ ନକ୍ସଲ ଗ୍ରାମରେ ପଶି ହତ୍ୟା କରିଥିଲେ। ତେଣୁ ଉକ୍ତ ପୋଷ୍ଟରକୁ ଦେଖି ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର