ମାଓ ସାମଗ୍ରୀ ଜବତ କଲେ ବିଏସଏଫ ଯବାନ

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ଓ ଅନକାଡେଲି ସ୍ଥିତ ୧୩ବାଟାଲିୟନ ବିଏସଏଫ ପକ୍ଷରୁ ଗତକାଲି ମିଳିତ କମ୍ବିଂ ଅପରେସନ ସମୟରେ ନିକଟସ୍ଥ ଜଙ୍ଗଳରୁ ମାଓ ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ୨ଟି ଏସବିଏମଏଲ ବନ୍ଧୁକ, ୯ଟି ଡିଟୋନେଟର, ୩କେଜି ୟୁରିଆ, ୩କେଜି ଟିଫିନ ବୋମା, ୮ମିଟର ତାର, ଅଧା ଲିଟର ପେଟ୍ରୋଲ, ୧୨ଭୋଲ୍ଟ ବେଟେରି ରହିଛି। ଗୋଟିଏ ଗଛ ମୂଳରେ ଏସବୁ ରହିଥିବା ଜଣାପଡିଛି। ସେଠାରୁ ସାମଗ୍ରୀ ଉଦ୍ଧାର କରିବା ପରେ ବିଏସଏଫ କ୍ୟାମ୍ପକୁ ଅଣାଯାଇଛି।

ଲମତାପୁଟ ଅଞ୍ଚଳରେ ଚଳପ୍ରଚଳ କରୁଥିବା ବିଶାଖାପାଟଣା ଡିଭିଜନ ଏହାକୁ ରଖିଥିବା କୁହାଯାଉଛି। ବିଏସଏଫର କହିବା ହେଲା ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ବୃଦ୍ଧି ପାଇଛି। କିଛି ବଡ ଧରଣ ଅଘଟଣ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ଅନୁମାନ କରାଯାଉଛି। ତେଣୁ ଗତକାଲି କମ୍ବିଂ ଅପରେସନରେ ଯବାନମାନେ ବାହାରିଥିବା ବେଳେ ଏହି ସଫଳା ମିଳିଛି। ଅନ୍ୟପକ୍ଷରେ ବହୁଦିନ ପରେ ଲମତାପୁଟ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧିି ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର