ପଟାଙ୍ଗୀ ତହସିଲ କାର୍ଯ୍ୟାଳୟରେ ରାଜସ୍ବ ପର୍ଷଦ ସଭ୍ୟ: ବିଭିନ୍ନ କାର୍ଯ୍ୟର କରୁଛନ୍ତି ସମୀକ୍ଷା

କୋରାପୁଟ: ପଟାଙ୍ଗୀ ତହସିଲଦାରଙ୍କ କାର୍ଯ୍ୟାଳୟରେ ରାଜସ୍ବ ପର୍ଷଦର ସଭ୍ୟ ଜିଭିଭି ଶର୍ମା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ତହସିଲରେ ୪ କୋଟି ୩୦ ଲକ୍ଷ ତୋଷରପାତ ଘଟଣାର ତନଖି କରିଛନ୍ତି।  ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ, ରାଜସ୍ବ ଅଧିକାରୀ ସାଗରିକା ଷଡ଼ଙ୍ଗୀ, ଉପଜିଲ୍ଲାପାଳ ଲଲିତ କୁମାର କଅଁର ଓ ଆଇଏଏସ ପ୍ରବେସନର ବେଦ ଭୂଷଣଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି।

ବିଗତ ଦିନରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଉପନିବନ୍ଧକ କାର୍ଯ୍ୟାଳୟରେ ବଡ଼ ଧରଣର ଅର୍ଥ ତୋଷରପାତ ହୋଇଛି। ଉପନିବନ୍ଧକ କାର୍ଯ୍ୟାଳୟରେ ୪ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଜ୍‌ ଡିପୋଜିଟ୍‌ କରାଯାଇ ନଥିବାରୁ ତିନିଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏହାସହ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ କିରାଣୀ ସୁଧୀର ସାହୁଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ସେହି ସମୟରେ ଉପନିବନ୍ଧକ ଦାୟିତ୍ବରେ ରହିଥିବା ଏବର ତହସିଲଦାର ହରିପଦ ମଣ୍ଡଳ, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା ଓ ପୂର୍ବତନ ତହସିଲଦାର ଅରୁଣ କୁମାର ଖଣ୍ଡା ନିଲମ୍ବିତ ହୋଇଛନ୍ତି। ଗତ ୨୦୧୭ରୁ ଏହି ତିନିଜଣ ସରକାରୀ କର୍ମଚାରୀଙ୍କ ଓ କିରାଣୀ ମିଶି  କୋଟି କୋଟି ଟଙ୍କାର ଅର୍ଥ ତୋଷରପାତ କରିଥିଲେ। କିଛିଦିନ ତଳେ କିରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ସମୟରେ କିରାଣୀ ରହିଥିବା ସୁଧୀର ସାହୁ  କୋଟି କୋଟି ଟଙ୍କାର ରାଜସ୍ବ ଡିପୋଜିଟ କରି ନ ଥିଲେ। ଏହାକୁ ତୋଷରପାତ କରିଥିବାବେଳେ ତାଙ୍କୁ ଗତବର୍ଷ ଜାନୁଆରି ମାସରେ ବନ୍ଧୁଗାଁକୁ ବଦଳି କରାଯାଇଥିଲା। ଏହାପରେ ଉପନିବନ୍ଧକ କାର୍ଯ୍ୟାଳୟରେ ଏକ ଅଡିଟ୍‌ କରାଯାଇଥିଲା। ଏହି ଅଡିଟରେ ସବୁ ଅର୍ଥ ତୋଷରପାତ ଧରାପଡ଼ିଥିଲା। ଏହାପରେ ରାଜସ୍ବ ବିଭାଗ ପକ୍ଷରୁ ଦୁଇଜଣ ଓଏଏସ ଓ ଜଣେ ଓଆରଏସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ୧୦ ଦିନ ପୂର୍ବରୁ ସୁଧୀରଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଥିବାବେଳେ ଏବେ ସେ ଫେରାର ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର