କୋରାପୁଟରେ “ହର ଘର ତିରଙ୍ଗା” ଅଭିଯାନ: ବିଏସ୍ଏଫ୍ ପକ୍ଷରୁ ମିନି ମାରାଥନ୍

କୋରାପୁଟ: ବିଏସ୍ଏଫ୍ (ସୀମା ସୁରକ୍ଷା ବଳ) ପକ୍ଷରୁ  କୋରାପୁଟରେ ଅଗଷ୍ଟ ୧୩ ତାରିଖରେ ଏକ ମିନି ମାରାଥନ୍ (୧୦ କିଲୋମିଟର) ଆୟୋଜନ କରାଯାଇଥିଲା। “ଆଜାଦୀ କା ଅମୃତ ମହୋତ୍ସବ”ର ଏକ ଅଂଶ ଭାବରେ “ହର ଘର ତିରଙ୍ଗା” ଅଭିଯାନ ଅଧୀନରେ ଏହି ମିନି ମାରାଥନ୍ ଆୟୋଜିତ ହୋଇଥିଲା, ଯାହା ଭାରତର ସ୍ୱାଧୀନତାର ୭୫ ବର୍ଷ ପାଳନ କରିବା ପାଇଁ ଭାରତ ସରକାରଙ୍କ ଏକ ପଦକ୍ଷେପ, ଯାହାକି ପ୍ରଗତିର ବର୍ଷ ଏବଂ ଗୈାରବମୟ ଇତିହାସ ତଥା ଲୋକ, ସଂସ୍କୃତି, ବଳିଦାନକୁ ସ୍ମରଣ କରିଥାଏ ।

ମାରାଥନକୁ ଫ୍ଲାଗ୍ ଅଫ୍ କରିଥିଲେ  ଟି ଏନ୍ ରେଡ୍ଡି, କମାଣ୍ଡାଣ୍ଟ, ୬୫ ବିଏନ୍ ବିଏସ୍ଏଫ୍ ଏବଂ ବରୁଣ ଗୁଣ୍ଟାପଲ୍ଲୀ ଏସପି କୋରାପୁଟ। ଏହି କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ, ସେକ୍ଟର ବିଏସ୍ଏଫ୍ କୋରାପୁଟ ଏବଂ ୧୫୧ ବିଏନ୍ ବିଏସ୍ଏଫ୍ କମାଣ୍ଡାଣ୍ଟ ଅଜୟ କୁମାର ଯୋଗ ଦେଇଥିଲେ। ଏଥିରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟ, କେନ୍ଦ୍ରୀୟ ବିଦ୍ୟାଲୟ କୋରାପୁଟ, ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ପୋର୍ଟସ ହଷ୍ଟେଲ କୋରାପୁଟ, ସାଇ ସ୍ପୋର୍ଟସ କ୍ଲବ ସୁନାବେଡା, ଜବାହର ନାଭୋଦୟ ବିଦ୍ୟାଲୟ କୋରାପୁଟ, ଓଡିଶା ଆଦର୍ଶ ବିଦ୍ୟାଲୟ କୋରାପୁଟରୁ ପ୍ରାୟ ୫୦୦ ନାଗରିକ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ଏବଂ ଵିଜ୍ଞାନ ଅନ୍ତରାଷ୍ଟୀୟ ଡିଗ୍ରି କଲେଜ କୋରାପୁଟ ତଥା ବିଭିନ୍ନ ବର୍ଗର ଆଖପାଖ ଅଞ୍ଚଳଗୁଡିକର ବିଏସ୍ଏଫ୍ କର୍ମଚାରୀଙ୍କ ସହିତ ଉଚ୍ଚ ଆଶା ଓ ଆକାଂକ୍ଷା ଏବଂ ପ୍ରେରଣାର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ଇଭେଣ୍ଟକୁ ସଫଳ ତଥା ସ୍ମରଣୀୟ କରାଇଥିଲେ।

ବିଜେତାମାନଙ୍କୁ ୬୫ ବିଏନ୍ ବିଏସ୍ଏଫ୍ ତରଫରୁ ନଗଦ ପୁରସ୍କାର ପ୍ରଦାନ କରିଥିଲେ କମାଣ୍ଡାଣ୍ଟ  ଟି ଏନ୍ ରେଡ୍ଡି| ଏଥିରେ ରଶ୍ମୀ ରଂଜନ ନାୟକ ପ୍ରଥମ, ଘାସିରାମ ବୋରା ଦ୍ୱିତୀୟ ଏବଂ ଦ୍ରୀଶାନ୍ତ ପଣ୍ଡା ।୧୦କିମି ବର୍ଗରେ ତୃତୀୟ ସ୍ଥାନରେ ରହି ଯଥାକ୍ରମେ ୫୦୦୦, ୩୦୦୦ ଏବଂ ୨୦୦୦ ଟଙ୍କା ନଗଦ ପୁରସ୍କାର ପ୍ରାପ୍ତ କରିଥିଲେ। ବିଏସ୍ଏଫ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ପାରସ୍ପରିକ ବାର୍ତ୍ତା ପ୍ରଦାନ ସମୟରେ, ଶ୍ରୀ ରେଡ୍ଡି କହିଛନ୍ତି “ସୀମା ସୁରକ୍ଷା ବଳ ଚଳପ୍ରଚଳ ତଥା ଏକ ସୁସ୍ଥ ସମାଜ ପାଇଁ ଲାଭ ଉପରେ ଗୁରୁତ୍ୱ ଦେବା ପାଇଁ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରିବାରେ ସର୍ବଦା ସର୍ବୋତ୍ତମ ପ୍ରୟାସ କରିଥାଏ । ନିୟମିତ ଶାରୀରିକ କାର୍ଯ୍ୟକଳାପ ଯେପରିକି ଚାଲିବା ମାନସିକ ସ୍ୱାସ୍ଥ୍ୟ, ଆତ୍ମବିଶ୍ୱାସ, ସୁସ୍ଥ ବାର୍ଦ୍ଧକ୍ୟ ଏବଂ ଜୀବନର ଗୁଣବତ୍ତାକୁ ଯଥେଷ୍ଟ ଉନ୍ନତ କରିଥାଏ। ଏକ ଦ୍ରୁତ ଗତିଶୀଳ ଆଧୁନିକ ଦୁନିଆରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଏକ ସନ୍ତୁଳିତ ଜୀବନ ବଜାୟ ରଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି। ବିଏସ୍ଏଫ୍ ଯବାନମାନେ ସୁଦୂର ଗ୍ରାମ ତଥା ଦୂର ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରୁଛନ୍ତି ଏବଂ ଜାତୀୟ ପତାକାର ମହତ୍ତ୍ୱ ବିଷୟରେ ସ୍ଥାନୀୟ ଲୋକଙ୍କୁ ଅବଗତ କରାଉଛନ୍ତି।

ସମ୍ବନ୍ଧିତ ଖବର