ଲକ୍ଷ୍ମୀପୁର : ପୁଲିର କଡ଼ା ଆଭିମୁଖ୍ୟ ସତ୍ତ୍ୱେ ରାଜ୍ୟରେ ନାବାଳିକାମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଞ୍ଚାୟତ ମହକୁମାରେ ଜଣେ ୫ ବର୍ଷୀୟା ନାବାଳିକାଙ୍କୁ ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ପୀଡିତାଙ୍କ ବାପା କରିଥିବା ଅଭିଯୋଗ ଅନୁଯାୟୀ ଗତକାଲି ଲକ୍ଷ୍ମୀପୁର ସାପ୍ତାହିକି ହାଟ ଥିବା ଯୋଗୁଁ ଘରେ ପତ୍ନୀ ଓ ଝିଅକୁ ଛାଡି ହାଟକୁ ଆସିଥିଲେ। ପୀଡିତାଙ୍କ ମା’ଚଇତି ପରବ ପାଇଁ ଘରେ ଲିପାପୋଛା କରୁଥିବା ବେଳେ ନାବାଳିକା ବାରଣ୍ଡାରେ ଖେଳୁଥିଲେ। ଏହି ସମୟରେ ଗାଁର ସମ୍ବରୁ ମାଣ୍ଡିଙ୍ଗା ନାବାଳିକାକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ନାବାଳିକା ଜଣକ କାନ୍ଦିକାନ୍ଦି ଘରକୁ ଫେରିବା ପରେ ମା’ ପଚାରିବାରୁ ଦୁଷ୍କର୍ମ ସଂପର୍କରେ ଜଣା ପଡିଥିଲା। ବାପା ହାଟରୁ ଫେରିବା ପରେ ଘଟଣା ସଂପର୍କରେ ଜାଣି ଆଜି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରିବା ସହ ପୀଡିତାଙ୍କ ଡାକ୍ତରୀ ମାଇନା ପାଇଁ କୋରାପୁଟ ପଠାଇଛି। ଏଥିନେଇ ଥାନା ଅଧିକାରୀ ଜଗନ୍ନାଥ ଆଚାର୍ଯ୍ୟ ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତ ଜଣକ ଫେରାର ଥିବା ବେଳେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର
/sambad/media/post_attachments/wp-content/uploads/2018/03/rape.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)