ଜୟପୁର: ଜୟପୁର ସଦରଥାନା ଅର୍ନ୍ତଗତ ଗଡପଦର ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଆଜି ଅତିରିକ୍ତ ଜିଲ୍ଲାଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ ପ୍ରମାଣ ଅଭାବରୁ ଅଭିଯୁକ୍ତ ବୁଲୁ ସୁନାଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୭ ଏପ୍ରିଲ ୧୩ ତାରିଖ ଦିନ ଗଡପଦର ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ବୁଲୁ ଅପହରଣ କରି ନେଇଥିବା ନେଇ ନାବାଳିକାଙ୍କ ବାପା ଅଭିଯୋଗ କରିଥିଲେ। ଏହାପରେ ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ବୁଲୁ ସୁନାକୁ କୋର୍ଟ ଚାଲାଣ କରିଥିଲେ। ବୁଲୁ ନାବାଳିକାକୁ ନେଇ ବୈପାରିଗୁଡା ଅଞ୍ଚଳର ଏକ ମନ୍ଦିରରେ ବିବାହ କରି ଗୁମ୍ମା ଅଞ୍ଚଳରେ ଗୋଟିଏ ଭଡା ଘରେ ରଖି ଜୋରଜବରଦସ୍ତ ଭାବେ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ପ୍ରକାଶ କରିଥିଲେ। ଆଜି ଅତିରିକ୍ତ ଜିଲ୍ଲା ଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ ୪ଜଣଙ୍କ ସାକ୍ଷୀଙ୍କ ବୟାନ ଆଧାରରେ ପ୍ରମାଣ ଅଭାବରୁ ବୁଲୁ ସୁନାଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଆରତୀ ମହାନ୍ତି ମକଦ୍ଦମା ଲଢୁଥିଲେ।
ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତ ନିର୍ଦୋଷରେ ଖଲାସ
/sambad/media/post_attachments/wp-content/uploads/2018/05/sex-harasment-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)