ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ଗୋଟିଏ ଗ୍ରାମର ଜଣେ ନାବଳିକାଙ୍କୁ ସେହି ଗ୍ରାମର ଜଣେ ନାବାଳକ ଦୁଷ୍କର୍ମ କରିଥିବା ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି କେସ୍‌ ନମ୍ବର ୨୯/୧୮ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ପୁଲିସ ଆଜି କୋର୍ଟ ଚାଲାଣ କରିଥିବା ମହିଳା ଥାନା ଅଧିକାରୀ ସଂଯୁକ୍ତ ବାର୍ଲା କହିଛନ୍ତି। ନାବାଳିକା ଜଣକ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିବା ବେଳେ ଯୁବକ ଜଣକ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି।
ପୁଲିସ କହିବାନୁଯାୟୀ, ଗତ ଡିସେମ୍ବର ମାସରେ ଯୁବକ ଜଣକ ନିଜ ଗ୍ରାମର ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇ ନିଜ ଘରକୁ ଆଣିଥିଲେ। ବିବାହ ପାଇଁ ଉଭୟଙ୍କ ବସୟ ହୋଇନଥିବାରୁ ଉଭୟ ପରିବାରବର୍ଗ ଏବଂ କିଛି ବ୍ୟକ୍ତିଙ୍କୁ ନେଇ ଏକ ବୈଠକ ଆୟୋଜନ କରିଥିଲେ। ପ୍ରାପ୍ତ ବୟସ ହେବା ପରେ ଉଭୟେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ଯୁବକ ଜଣକ ଜୋରଜବରଦସ୍ତ ଭାବେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହାକୁ ନାବାଳିକା ବିରୋଧ କରିବା ସ୍ୱତ୍ୱେ ବାରମ୍ବାର ଏହିପରି କାର୍ଯ୍ୟ କରିବାକୁ ଚେଷ୍ଟା କରୁଥିଲେ। ତେଣୁ ନାବାଳିକା ଜଣକ ନିଜ ବାପ ଘରକୁ ଚାଲି ଆସିଥିଲେ। ପରେ ନାବାଳିକା ଜଣକ ମହିଳା ଥାନର ଦ୍ୱାରସ୍ଥ ହୋଇ ଘଟଣା ସମ୍ବନ୍ଧରେ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ଗତକାଲି ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଡାକ୍ତରୀମଇନା କରିଥିଲେ। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର