ପୁଲିସ ପକ୍ଷରୁ ମୋବାଇଲ କୋର୍ଟ

ଜୟପୁର: ଜୟପୁର ସଦର ଥାନା ପକ୍ଷରୁ ଆଜି ଜୟପୁର ବ୍ଲକରେ ମେବାଇଲ କୋର୍ଟ କରି ଗାଡି ଯାଞ୍ଚ କରାଯାଇଥିଲା। ଟଙ୍କୁଆ, ଉମୁରୀ, ବାରିଣିପୁଟ ଛକ ଠାରେ ବାଇକ୍‌, କାର, ଟ୍ରକ ଓ ଭାରୀଯାନ ଗୁଡିକୁ ପୁଲିସ ଯାଞ୍ଚ କରିଥିଲା। ହେଲମେଟ ପିନ୍ଧି ନଥିବା, ବେପରୁଆ ଭାବେ ଗାଡି ଚାଳନା କରୁଥିବା, ଲାଇସେନ୍ସ, କାରରେ ସିଟ୍‌ ବେଲ୍ଟ ପିନ୍ଧିନଥିବା, ଭାରୀଯାନରେ ଆବଶ୍ୟକତା ଠାରୁ ଅଧିକ ସାମଗ୍ରୀ ନେବା, ବୀମା କାଗଜ ନଥିବା ସ୍ଥଳେ ଜରିମାନା ଆଦାୟ କରାଯାଇଥିଲା। ୧୪୫ଟି ଗାଡିକୁ ଯାଞ୍ଚ କରାଯାଇ ୭୦ହଜାର ୧୦୦ ଟଙ୍କା ଆଦାୟ କରାଯାଇଛି। ଯାଞ୍ଚ ସମୟରେ ଏସ୍‌ଡିଜେଏମ୍‌ ଅର୍ନପୂର୍ଣ୍ଣା ନାୟକ, ସଦର ଥାନା ଅଧିକାରୀ ନିର୍ମଳ କୁମାର ମାହାପାତ୍ର, ଏସ୍‌ଆଇ ମୁକୁନ୍ଦଦେବ ନାୟକ, ସୀମା ସଙ୍ଗୀତା ଲୁଗୁନ, ଏମ୍‌. ମଜୁମଦାର, ବଙ୍କିମ ଚନ୍ଦ୍ର ବୋବାଲି, ଏସ୍‌ଆଇ କବିରାଜ ସାହୁ, ପ୍ରଦୀପ ମହାପାତ୍ର, ସପନ ସରକାର, ରୋହିତ ସେଠ୍‌, କେ. ଲୋକେଶ୍ୱର ରାଓ, ଗଣେଶ ବେହେରାଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର