କୋରାପୁଟ: ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର ହୋଇଛି। ଏନେଇ ହତ୍ୟା ସନ୍ଦେହ ଉପୁଜିଛି। ଜ଼ିଲ୍ଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗି (୩୨)। ଗତକାଲି ଜମିକୁ କାମ କରିବା ପାଇଁ ଯାଇ ଆଉ ଫେରିନଥିଲେ। ଘର ଲୋକେ ଖୋଜାଖୋଜି କରିଥିଲେ କିନ୍ତୁ ପାଇ ନ ଥିଲେ।
ଆଜି ସକାଳୁ ମୃତଦେହକୁ ଜମି ନିକଟରୁ ମିଳିଥିଲା। ପାରିପାର୍ଶ୍ଵିକ ପରିସ୍ଥିତିକୁ ଦେଖିଲେ ଜଣା ପଡ଼ୁଛି ଏହା ଏକ ହତ୍ୟାକାଣ୍ଡ ବୋଲି। ଏନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/Untitled-7.png)