ବିଜେଡିରେ ମିଶିଲେ ନାଚିକାଙ୍କ ପତ୍ନୀ

କୋରାପୁଟ : କୋରାପୁଟର ଆଲିଶାନ ହୋଟେଲରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗାଙ୍କ ପତ୍ନୀ ତଥା ପୋଡାପଦର ସରପଞ୍ଚ ଟିକାଇ ନାଚିକା ଓ ପରାଜିତ ଜିଲ୍ଲା ପରିଷଦ ପ୍ରାର୍ଥୀ ସାୟା ରାଜୁଙ୍କ ସମେତ ଶତାଧିକ ସମର୍ଥକ ବିଜେଡିରେ ମିଶିଛନ୍ତି। ଆୟୋଜିତ ସଭାରେ ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ ସଭାପତିତ୍ବ କରିଥିଲାବେଳେ ବରିଷ୍ଠ ନେତା ଗୁପ୍ତ ପ୍ରସାଦ ଦାଶ, ରଘୁରାମ ପଡାଲ, ତ୍ରିପୁରାରି ଗରଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଭୂ ଜାନି, କ୍ରିଟ ଅଧ୍ୟକ୍ଷ ଅଶୋକ ପାଙ୍ଗୀ, ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ରୀତା ପାଣିଗ୍ରାହୀ, ନାରାୟଣପାଟଣା ବ୍ଲକ ବିଜେଡି ସଭାପତି ଏ.ଜି ନାରାୟଣ, ଜିଲ୍ଲା ପରିଷଦ ସଭ୍ୟ ଲଳିତ ନାରାୟଣ ପରିଡା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର