୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ କିରାଣି

ନନ୍ଦପୁର/ଜୟପୁର: ଭିଜିଲାନସ ଜାଲରେ ପଡିଛନ୍ତି ନନ୍ଦପୁର ବ୍ଲକର କିରାଣି ଜିି. ସନ୍ତୋଷ କୁମାର ରାଓ। ସେମିଳିଗୁଡା ଇଂଜିନିୟରିଂ ଓ୍ଵାର୍କସର ବଳରାମ ସୁତାରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି।

ଘଟଣାରୁ ପ୍ରକାଶ ଯେ ସେମିଳିଗୁଡା ଇଂଜିନିୟରିଂ ଓ୍ଵାର୍କସର ମାଲିକ ବଳରାମ ସୁତାର ନନ୍ଦପୁର ବ୍ଲକର ଥୁବା ଠାରେ ଥିବା ନେତାଜୀ ହାଇସ୍କୁଲକୁ ଆଇରନ ଡେସ୍କ ଓ ବେଞ୍ଚ ଯୋଗାଇଥିଲେ। ନିମନ୍ତେ ବିଧାୟକ ପାଣ୍ଠି ଅନୁଦାନରୁ ଏହା କିଣା ଯାଇଥିଲା। ତେବେ ଏହି ବାବଦକୁ ୩ ଲକ୍ଷ ୭୬ ହଜାର ୩୯ଟଙ୍କାର ବିଲ୍‌ ପାସ କରିବା ନିମନ୍ତେ ନନ୍ଦପୁର ବ୍ଲକର ଡେଭଲପମେଣ୍ଟ କିରାଣି ଜିି. ସନ୍ତୋଷ କୁମାର ରାଓ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ବଳରାମ ସୁତାର ଭିଜିଲାନ୍ସର ଆଶ୍ରୟ ନେଇଥିଲେ। କିରାଣି ଜଣକ ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ଭିଜିଲାନ୍ସ କର୍ମଚାରୀ ଚଢ଼ାଉ କରି ଧରିଥିଲେ। ରସାୟନିକ ପରୀକ୍ଷାରୁ କିରାଣି ଲାଞ୍ଚ ଟଙ୍କା ନେଇଥିବା ସ୍ପଷ୍ଟ ହୋଇଛି ବୋଲି ଭିଜିଲାନ୍ସ ବିଭାଗ କହିଛି।

ସମ୍ବନ୍ଧିତ ଖବର