ଅବହେଳିତ ଗାଁ ବେଲଗୁଡା: ପୋଲ ଖଣ୍ଡିକ ପାଇଁ ଗ୍ରାମବାସୀଙ୍କ ନିବେଦନ, ଶୁଣୁ ନାହାନ୍ତି ନେତା ଠାରୁ ସ୍ଥାନୀୟ ପ୍ରଶାସନ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ତୁନପାର ଗ୍ରାମପଞ୍ଚାୟତର ବେଲଗୁଡା ଗାଁ। ଗାଁ କୁ ଯିବାକୁ ହେଲେ କାକିରିଗୁମା ଠାରୁ ବହି ଆସୁଥିବା ନଦୀ ପାର ହୋଇ ଯିବାକୁ ପଡେ। ନଚେତ ଅପହଞ୍ଚ ଅଞ୍ଚଳରେ ରହିଥିବା ବସ୍ତ୍ରବନ୍ଧ ଗାଁ ଦେଇ ଅଧିକ ୩ କିଲୋମିଟର ବୁଲିକି ଯିବାକୁ ପଡିଥାଏ। ଗାଁରେ ମାତ୍ର ୧୮ ଟି ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ପ୍ରାୟ ୭୦ ଜଣ ରହିଛି। ଗାଁରେ ମୌଳିକ ସୁବିଧା କହିଲେ କିଛି ନାହିଁ। ଗ୍ରାମବାସୀ ପିଇବା ପାଣି ଠାରୁ ଆରମ୍ଭ କରି ଶୌଚ ସକାଶେ ନିକଟସ୍ଥ ନଦୀ ଉପରେ ହିଁ ନିର୍ଭର କରିଥାନ୍ତି। ରାସ୍ତା ନଥିବା କାରଣରୁ ଗାଁର ବୋରିଂ ଗାଡି ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ, ଯାହା ଫଳରେ ଗାଁରେ ନଳକୂପ ଟିଏ ମଧ୍ୟ ତିଆରି ହୋଇ ପାରିନାହିାଁ ରୋଗୀ ଶଯ୍ୟାରେ କେହି ପଡିଲେ ଖଟିଆରେ ବୋହି ଆଣିବା ହିଁ ଏକମାତ୍ର ଉପାୟ। ଆମୁଲାନ୍‌ସ ପହଞ୍ଚି ପାରେନାହିଁ। ଏପରିକି ଗାଁରେ ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ଟିଏ ରହିଥିଲେ ମଧ୍ୟ ରାସ୍ତା ଘାଟର ଅସୁବିଧା କାରଣରୁ ଶିକ୍ଷକ ହୁଅନ୍ତୁ ଅବା ଅଙ୍ଗନୱାଡି କର୍ମୀ କେହି ବି ଆସିବାର ଇଚ୍ଛା ଥିଲେ ମଧ୍ୟ ଆସି ପାରୁନାହାନ୍ତି।

ବର୍ଷା ଦିନର କଥା ନକହିବା ଭଲ ବୋଲି ଗ୍ରାମବାସୀ କୋହର ସହ ପ୍ରକାଶ କରିଛନ୍ତି। ବର୍ଷା ଆସିବା ମାତ୍ରେ ନଦୀର ପାଣି ବଢିଯାଇଥାଏ। ଫଳରେ ଗାଁ ସେପଟେ ରହିଥିବା ଲୋକେ ସେପଟେ ରହିଯାଆନ୍ତି ଓ ଗାଁ ଏପାରିରେ ରହିଥିବା ଲୋକେ ଏପାରିରେ ହିଁ ରହିଯାଇଥାନ୍ତିା ପ୍ରାୟ ୪ ରୁ ୫ ବର୍ଷ ତଳେ ଏମିତି ବର୍ଷା ଦିନ ଗୋଟିଏ ପରିବାରର ଦୁଇଜଣ ବାସନା ହିକକା ଓ ଜୁଲମେ ହିକକା ନଦୀରେ ଭାସି ମୃତ୍ୟୁ ହୋଇଥିଲା। ବସ୍ତ୍ର ବନ୍ଧଦେଇ ଆସିବାକୁ ହେଲେ ମଧ୍ୟ ଏକ ବଡ ନାଳ ଦେଇ ଆସିବାକୁ ପଡେ। ଏନେଇ କଲଭର୍ଟ ଟିଏ ନିର୍ମାଣ କରିବା ପାଇଁ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଗୁହାରି କରାଯାଇଥିଲେ ମଧ୍ୟ କେହି କର୍ଣପାତ କରିନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତିିା ନିର୍ବାଚନ ସମୟରେ ଅନେକ ନେତା ଆସି ବିଭିନ୍ନ ପ୍ରତିଶୁତି ଦେଇ ଚାଲିଯାଇଛନ୍ତି କିନ୍ତୁ ଗାଁକୁ ଏପର୍ଯ୍ୟନ୍ତ କଲଭର୍ଟ ଖଣ୍ଡିଏ କିମ୍ବା ନଦିରେ ବ୍ରିଜ୍‌ ଟିଏ ନିର୍ମାଣ କରାଇ ପାରିନଥିବାରୁ ଗ୍ରାମବାସୀ ଗାଁକୁ ଆସିଥିବା ବିଦ୍ୟୁତ ସଂଯୋଗୀ କରଣ କିଛି ବଳକା ରହିଥିବା ବିଦ୍ୟୁତ ଖୁଣ୍ଟ ଗୁଡିକ ନାଳରେ ପକାଇ ଯିବା ଆସିବା କରୁଛନ୍ତିା

ରାଜ୍ୟ ସରକାର ଗତ ମାସରେ ପ୍ରତ୍ୟକ ବ୍ଲକର ଗ୍ରାମପଞ୍ଚାୟତ ଗୁଡିକର ବିକାଶ ସକାଶେ ଆମ ଗାଁ ଆମ ବିକାଶ ଯୋଜନାରେ କୋଟି କୋଟି ଟଙ୍କା ଅନୁଦାନ ଦେଇଛନ୍ତି କିନ୍ତୁ ଏପରି ଅବହେଳିତ ଗାଁ ମାନଙ୍କର ସମସ୍ୟା ପ୍ରତି ବ୍ଲକ ପ୍ରଶାସନର ଦୃଷ୍ଠି କିପରି ପଡୁନାହିଁ। ଏକଥା ଯେ କେହିବି ଗାଁକୁ ଦେଖିଲେ ସହଜରେ ଅନୁମାନ କରିପାରିବା ଅଞ୍ଚଳର କିଛି କୁଜି ନେତା ମାନଙ୍କ କାରଣରୁ ଗାଁ କୁ ଆସୁଥିବା ବିକାଶ କାର୍ଯ୍ୟର ଅନୁଦାନ ଅନ୍ୟଆଡେ ଚାଲିଯାଉଥିବା ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ଜିଲ୍ଲା ଓ ବ୍ଲକ ପ୍ରଶାସନ ଗାଁ ପ୍ରତି ନଜର ଦେବା ସକାଶେ ଗଣମାଧ୍ୟମ ଜରିଆରେ ଅଭି ହିକକା, ଗାଙ୍ଗୁ ହିକକା, ଘାସି ମାଣ୍ଡିଙ୍ଗା, ଈଶ୍ୱର ଜାନି ଭଳି ଅନେକ ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର