୨୦୨୧ରୁ ନୂଆ କୋର୍ଟରେ କାମ ହେବ; ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ କୋର୍ଟ ପାଇଁ ଖର୍ଚ୍ଚ ୧୧କୋଟି

ଡିସେମ୍ବର ଶେଷ ସପ୍ତାହରେ ଲୋକାର୍ପଣ ଯୋଜନା-ନିର୍ବାହୀ ଯନ୍ତ୍ରୀ

ଜୟପୁର: ୧୧କୋଟି ଟଙ୍କା ବ୍ୟୟରେ ୫ ମହଲା ବିଶିଷ୍ଟ ନିର୍ମାଣାଧୀନ ଥିବା ଜିଲ୍ଲା ଦୌରାଜଜ୍ କୋର୍ଟ ସହ ଅନ୍ୟ ପ୍ରମୁଖ ୧୧ଟି କୋର୍ଟ କୋଠାରେ କାର୍ଯ୍ୟ ଏହି ବର୍ଷ ଆରମ୍ଭ ହେବାର ସମ୍ଭାବନା କ୍ଷୀଣ। ଡିସେମ୍ବର ଶେଷ ସପ୍ତାହ ଆଡ଼କୁ ଏହାର ଲୋକାର୍ପଣ କରାଯିବାର ଯୋଜନା ରହିଛି ବୋଲି କହିଛନ୍ତି ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ.ଭାସ୍କର ଚନ୍ଦ୍ର ସାମନ୍ତରାୟ। ଅନୁସଙ୍ଗିକ ଭିତ୍ତିଭୂମି ଆଦି ଅତ୍ୟାଧୁନିକ ବ୍ୟବସ୍ଥା ଏଠାରେ କରାଯାଉଛି। ଏକା ପରିସରରେ ହିଁ ଜିଲ୍ଲା ଦୌରାଜଜ୍ କୋର୍ଟ ଅଧିନରେ ରହିଥିବା ସବୁ କୋର୍ଟ କାର୍ଯ୍ୟ କରିବ। ୨୦୧୪-୧୫ ମସିହାରେ ୧୦ଏକର ପରିମିତ ଅଂଚଳରେ ୧୧କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କାମ ଆରମ୍ଭ କରାଯାଇଥିଲା। ଠିକା ନେଇଥିବା ଠିକାଦାର ଜଣକ ଏହି କାମକୁ ପୁଣି ଅନ୍ୟ ଜଣେ ଠିକାଦାରଙ୍କୁ ଦେଇଥିଲେ। ପ୍ରାରମ୍ଭରୁ କାମ ଧିମେଇ ଧିର ଗତିରେ ଚାଳିଥି‌ଲା।

ଏହାରି ମଧ୍ୟରେ କୋରାପୁଟ ଜିଲ୍ଲା ଦାୟିତ୍ବ ଥିବା ହାଇକୋର୍ଟର ନୋଡାଲ ବିଚାରପତି ଶତ୍ରୁଘ୍ନ ପୁଜାହାରୀ କାମର ମନ୍ଥରଗତି ଦେଖି ଖୁବ ବିଗଡ଼ିବା ସହ କିଛି କିଛି କୋଠାଘରର ପରିବର୍ତ୍ତନ ବି କରାଇଥିଲେ। ଆସନ୍ତା ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ଏହାର କାମ ସଂପୂର୍ଣ୍ଣ କରି ଏହାକୁ ଲୋକାର୍ପଣ କରିବା ପାଇଁ ସଂପ୍ରତି ରାସ୍ତା ଓଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ, ଏସଡିଓ ଉପସ୍ଥିତ ରହି କାମ କରାଉଛନ୍ତି। ଏହି କୋଠା ମଧ୍ୟରେ ୪ଟି ଲିପ୍ଟ ବ୍ୟବସ୍ଥା ସହ ଓସାରିଆ ସିଡି ବି ରହିବ। ଏହା ସହ ନୂଆ କୋର୍ଟକୁ କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ସଂପ୍ରତି ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରଗୁଡ଼ିକ ବି ପହଚିଂ ସାରିଲାଣି।

ସଂପୂର୍ଣ୍ଣ କୋଠାକୁ ଅତ୍ୟାଧୁନିକ ଅଗ୍ନିନିର୍ବାପକ ବ୍ୟବସ୍ଥା ପାଇଁ ସେପ୍ଟି ଯନ୍ତ୍ରପାତି ଲଗାଇବା କାମ ବି ଜୋରସୋରରେ ଚାଳିଛି। ସଂପ୍ରତି ଚାଲିଥିବା ବହୁ କୋର୍ଟର ଅବସ୍ଥା ଏବଂ ସ୍ଥିତି ଭଲ ନାହିଁ। ଏହାକୁ ପ୍ରତିବର୍ଷ ପିଚୁ ଚାଦର ପକାଇବା କିମ୍ବା ମରାମତି କରି ସେଥି ମଧ୍ୟରେ କାମ ଚାଳିଛି। ଅନ୍ୟ ପକ୍ଷରେ ନୂଆ ଲାଲକୋଠାର ନିର୍ମାଣ କାମ ସରିଲେ ଏହା ଜୟପୁର ସହରର ପ୍ରମୁଖ ଆକର୍ଷଣୀୟ କୋଠା ମଧ୍ୟରେ ସ୍ଥାନ ପାଇବ। ବର୍ତ୍ତମାନ ଯେଉଁ ଯୁଦ୍ଧକାଳୀନ ଭିତ୍ତିରେ ଏହାର ଶେଷ ପର୍ଯ୍ୟାୟ ନିର୍ମାଣ କାମ, ସାଜସଜ୍ଜା ଆଦି କାମ ଜାରି ରହିଛି। ଏହି ଧାରାରେ ଜାରୀ ରହିଲେ ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ଏହା ଲୋକାର୍ପଣ ହେବ। ଏବଂ ଏଥିରେ ଓକିଲ ଓ ମହକିଲ ମାନେ ଆସନ୍ତା ୨୦୨୧ସୁଦ୍ଧା ହିଁ ଏହାର ଲାଭ ଉଠାଇ ପାରିବେ ବୋଲି କହିଛନ୍ତି ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାମନ୍ତରାୟ।

ସମ୍ବନ୍ଧିତ ଖବର