ଭୁବନେଶ୍ୱର/ଜୟପୁର: ଜାତୀୟ ରାଜପଥ ଡିଭିଜନ ଜୟପୁର ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
/sambad/media/post_attachments/wp-content/uploads/2019/01/jpr1-1-300x150.jpg)
ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଭୁବନେଶ୍ୱର ନୟାପଲ୍ଲୀ ଓ ରଘୁନାଥପୁର ସ୍ଥିତ ବାସଭବନ, ଜୟପୁର ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ବ୍ୟାପକ ଭାବେ ଚଢ଼ାଉ କରିଛି ଭିଜିଲାନ୍ସ।
/sambad/media/post_attachments/wp-content/uploads/2019/01/jpr2-300x215.jpg)
ଚଢ଼ାଉ ସମୟରେ ତାଙ୍କର ରାଜଧାନୀ ଉପକଣ୍ଠରେ ୪ଟି ପ୍ଲଟ, ୨ ଟି ଫ୍ଲାଟ, ୩୨୮ ଗ୍ରାମ ସୁନା ଅଳଙ୍କାର ଓ ପ୍ରାୟ ୬ ଲକ୍ଷ ୨୦ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ଚଢ଼ାଉ ଜାରି ରହିଥିବାରୁ ଏହି ସ୍ଥାବର ଅସ୍ଥାବର ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି। ଚଢ଼ାଉ ବେଳେ ୩,୮୯,୧୭୫ ଟଙ୍କା ଜବତ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାର ତଦନ୍ତ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/jpr-4.jpg)