ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଜଣେ ଗିରଫ

କୋରାପୁଟ: ଜଣେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ କୋରାପୁଟ ଟାଉନ ଥାନା ଅନ୍ତର୍ଗତ ମାନବାର ଗ୍ରାମର ଜଗବନ୍ଧୁ ଜାନୀ (୧୯ବର୍ଷ)। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜଗବନ୍ଧୁ ନିଜ ଅଂଚଳର ଜଣେ ନାବାଳିକା (୧୪ବର୍ଷ)ଙ୍କୁ ଅପହରଣ କରି ନେଇଥିଲେ। ପରେ ତାଙ୍କୁ ଲିମିକା ଗ୍ରାମରେ ଜଣେ ସଂପର୍କୀୟଙ୍କ ଘରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ। ଝିଅକୁ ଅପହରଣ କରିନେବା ନେଇ ନାବାଳିକାଙ୍କ ବାପା କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୨୫୩/୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଆଜି ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଧିକ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ଏସଆଇ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର