ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଭିତରଗଡ ଆଶ୍ରମସ୍କୁଲ ନିକଟରେ ଶନିବାର ଏକ ମାଲବାହୀ ଟ୍ରେନ୍ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛିା ମୃତକ ଜଣକ ହେଲେ କାପ୍ସିପୁଟ ଗାଁର ରମେଶ ଚନ୍ଦ୍ର ଜାନି ବୋଲି ଚିହ୍ନଟ କରାଯାଇଛିା ଭିତରଗଡ ଗ୍ରାମବାସୀଙ୍କ କହିବା ମୁତାବକ କୌଣସି ଏକ କାର୍ଯ୍ୟରେ ରମେଶ ରେଳଲାଇନ୍ ପାର ହୋଇ ଅନ୍ୟଗାଁକୁ ଯାଉଥିବା ସମୟରେ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଥିଲାା ଘଟଣା ସ୍ଥଳରେ ହିଁ ରମେଶଙ୍କ ମୃତ୍ୟୁ ହୋଇଥିବା ବେଳେ କାକିରିଗୁମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଯବତ କରି ଲକ୍ଷ୍ମୀପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଶବବ୍ୟବଚ୍ଛେଦ କରାଇଛିା
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ରମେଶ କୋଟପାଡ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚୁକ୍ତିଭିତ୍ତିକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟକରୁଥିବା ବେଳେ ଗତକିଛି ଦିନହେଲା ଛୁଟିନେଇ ଗାଁକୁ ଆସିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତିା ତାଙ୍କ ସ୍ତ୍ରୀ ସୁମିତ୍ରା ଜାନି ଅଙ୍ଗନୱାଡି କର୍ମୀଭାବେ କାର୍ଯ୍ୟ କରୁଥିଲେ କିନ୍ତୁ ଗତ ପ୍ରାୟ ଏକ ବର୍ଷ ହେବ ସେ ତାଙ୍କ ବାପ ଘରକୁ ଚାଲିଯାଇନ୍ତିି ଘରେ ଥିବା ଏକ ସାନ ଛୁଆକୁ ସେ ଦେଖିବାକୁ ଆସିଥିବା ବେଳେ ଏପରି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛିା କାକିରିଗୁମା ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖାଯାଇଥିବା ପ୍ରକାଶ କରିଛିା