କୋରାପୁଟ: ଏବେ ଜନସେବା କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ସାଇବର ଠକ। ଜନସେବା କେନ୍ଦ୍ରକୁ ଯାଇ ମେଡିକାଲ କେସ ରହିଛି, ତୁରନ୍ତ ଅର୍ଥ ଦେବା ପାଇଁ କହି କାକୁତି ମିନତି ହୋଇ ଜନସେବା କେନ୍ଦ୍ରର କ୍ୟୁଆର କୋଡରେ ଅନଲାଇନରେ ଟଙ୍କା ଟ୍ରାନସଫର କରୁଛନ୍ତି। ଜନସେବା କେନ୍ଦ୍ର ମାଲିକର ଏକାଉଣ୍ଟକୁ ଟଙ୍କା ଆସିଲା ପରେ ଆସିଥିବା ଅର୍ଥକୁ ନଗଦ ଆକାରରେ ନେଉଛନ୍ତି। ନଗଦ ଟଙ୍କା ନେବାର କିଛି ଘଣ୍ଟା ପରେ ତାଙ୍କ ଏକାଉଣ୍ଟକୁ ଫ୍ରିଜ୍ କରି ସେ ଦେଇଥିବା ଟଙ୍କାକୁ ଓଲଟା ନିଆଯାଉଛି। ଓଲଟା ତାଙ୍କ ନାମରେ ସାଇବର ଠକେଇରେ ସାମିଲ ଥିବା ନେଇ ମେସେଜ୍ ଆସୁଛି। ଏପରି ଘଟଣାର ଶିକାର ହୋଇଛନ୍ତି କୋରାପୁଟ ଜିଲ୍ଲାର ଜୟପୁର, ବୋରିଗୁମ୍ମା , ବୈପାରୀଗୁଡା ଓ କୋଟପାଡ ବ୍ଲକର ୬ ଗୋଟି ଜନସେବା କେନ୍ଦ୍ରର ମାଲିକ। ଠକାମିର ଶିକାର ହୋଇଥିବା ଉକ୍ତ ୬ ଜଣ ବ୍ୟକ୍ତି ହେଲେ କୋଟପାଡ ଥାନା ସସାହାଣ୍ଡି ର ଏନ.ସନ୍ତୋଷ, ଢ଼ାମଣାହାଣ୍ଡିର ସନ୍ତୋଷ କୁମାର ଷଢ଼ଙ୍ଗୀ, ନୂଆଗାଁ ଗ୍ରାମର ଅଞ୍ଜଳୀ ବିଷୋୟୀ , ବୋରିଗୁମ୍ମା ଥାନା ବାଙ୍କସାହିର ବିରେନ ଘରାମି, ଜୟପୁର ଖ୍ରୀଷ୍ଟିୟାନପେଟାର ସନ୍ଧ୍ୟାରାଣୀ ବେନ୍ୟା ଓ ବୈପାରୀଗୁଡା ଟାଙ୍ଗିଣିଗୁଡାର ରାଜେଶ କୁମାର ମହାନ୍ତି। ଠକାମିର ଶିକାର ହୋଇଥିବା ଏହି ୬ ଜଣ ଯୁବକ କୋରାପୁଟ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି।
ଏନ.ସନ୍ତୋଷ କହିବା ଅନୁଯାୟୀ ଗତ ୨୩ ତାରିଖ ସଂଧ୍ୟା ସମୟରେ ଜଣେ ଅଜଣା ବ୍ୟକ୍ତି ମେଡିକାଲ ପାଇଁ ଆବଶ୍ୟକ ରହିଛି କହି ତାଙ୍କ ଏକାଉଣ୍ଟକୁ ୮୦ ହଜାର ଟଙ୍କା ପଠାଇଥିଲେ। ତାଙ୍କ ଏକାଉଣ୍ଟକୁ ୮୦ ହଜାର ଟଙ୍କା ଆସିଥିବା ଜାଣିବା ପରେ ସେ ବି ନଗଦ ୮୦ ହଜାର ଟଙ୍କା ଦେଇଥିଲେ। ପରବର୍ତ୍ତୀ ସମୟରେ ବ୍ୟାଙ୍କ ଶାଖା ପରିଚାଳକ ସେ ସାଇବର ଠକେଇ କେସ ରେ ସାମିଲ ଥିବାରୁ ତାଙ୍କ ଏକାଉଣ୍ଟକୁ ବ୍ଲକ କରାଯାଇଥିବାର କହିଥିଲେ। ଏ ନେଇ ସେ କୋଟପାଡ ଥାନାରେ ଏତଲା ଦେଇଛନ୍ତି। ସେହିପରି ଭାବେ ବିରେନ ଘରାମି କହିଛନ୍ତି ଗତ ୨୦ ତାରିଖ ଦିନ ଜନସେବା କେନ୍ଦ୍ରକୁ ଜଣେ ଅଜଣା ବ୍ୟକ୍ତି ଆସି ତାଙ୍କୁ ତୁରନ୍ତ ନଗଦ ଟଙ୍କା ଆବଶ୍ୟକ ଥିବା କହି ତାଙ୍କ ଏକାଉଣ୍ଟକୁ ୨ଟି ପର୍ଯ୍ୟାୟ ରେ ୭୦ ହଜାର ଟଙ୍କା ପଠାଇ ସ୍କ୍ରିନସଟ ଦେଖାଇ ତାଙ୍କ ଠାରୁ ସମସ୍ତ ନଗଦ ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ସାଇବର ଠକେଇ ଦର୍ଶାଇ ତାଙ୍କ ଏକାଉଣ୍ଟକୁ ବ୍ଲକ କରାଯାଇଥିଲା।
ସନ୍ଧ୍ୟାରାଣି ବେନ୍ୟା କହିଛନ୍ତି ତାଙ୍କ ନିକଟକୁ ଅନୁରୁପ ଭାବେ ଗତ ୨୧ ତାରିଖ ସଂଧ୍ୟା ସମୟରେ ତାଙ୍କ ନିକଟକୁ ୭୦ ହଜାର ଟଙ୍କା ପଠାଇ ନଗଦ ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ର ୨ଟି ବ୍ୟାଙ୍କ ଏକାଉଣ୍ଟକୁ ସାଇବର ଠକେଇ ସନ୍ଦେହ କହି ବ୍ଲକ କରି ଦିଆଯାଇଛି।
ସନ୍ତୋଷ କୁମାର ଷଢ଼ଙ୍ଗୀ କହିଛନ୍ତି ଗତ ୨୫ ତାରିଖ ଦିନ ଅନୁରୁପ ଭାବେ ତାଙ୍କ ଏକାଉଣ୍ଟକୁ ୧୫ ହଜାର ଟଙ୍କା ପଠାଇ ନଗଦ ଟଙ୍କା ନେଇଥିଲେ। ୨୬ ତାରିଖ ରେ ସେ ସାଇବର ଫ୍ରଡ୍ ରେ ସମ୍ପୃକ୍ତି ଥିବା ସନ୍ଦେହରେ ତାଙ୍କ ଏକାଉଣ୍ଟକୁ ଫ୍ରିଜ୍ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା।
ଅଞ୍ଜଳୀ ବିଷୋୟୀ ବି ଅନୁରୁପ ଭାବେ ୨୩ ହଜାର ଟଙ୍କା ଦେଇ ତାଙ୍କ ବ୍ୟାଙ୍କ ଏକାଉଣ୍ଟକୁ ସାଇବର ଠକେଇ ନାମରେ ଫ୍ରିଜ୍ କରିଦିଆଯଇଛି।
ତେବେ ଟାଙ୍ଗିଣିଗୁଡାର ରାଜେଶ ରଂଜନ ମହାନ୍ତିଙ୍କ କଥା ଟିକେ ଅଲଗା ରହିଥିଲା। ଗତ ଜୁନ୍ ମାସ ୧୫ ତାରିଖ ରେ ତାଙ୍କ ନିକଟକୁ ବଳଭଦ୍ର ବାରିକ ନାମକ ଜଣେ ପରିଚିତ ବ୍ୟକ୍ତି ଆସି ୧ ଲକ୍ଷ ଟଙ୍କା ନଗଦ ନେବା ପରେ ତାଙ୍କ ଏକାଉଣ୍ଟକୁ ୧ଲକ୍ଷ ଟଙ୍କା ଆସିଥିଲା । କିଛି ଦିନ ପରେ ଆନ୍ଧ୍ର ର ସାଇବର ସେଲ ପକ୍ଷରୁ ସେ ସାଇବର ଫ୍ରଡ ରେ ସାମିଲ ଥିବା କହି ତାଙ୍କ ଏକାଉଣ୍ଟକୁ ବ୍ଲକ କରାଯାଇଥିଲା। ସାଇବର ଠକାମିର ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ନିଜ ନିଜ ଥାନାରେ ଏତଲା ଦେଇଥିଲେ। ଆଜି ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମାଙ୍କୁ ସାକ୍ଷାତ କରିଥିଲେ। ଆରକ୍ଷୀ ଅଧୀକ୍ଷିକ ଶ୍ରୀ ବର୍ମା ଏପରି କାରବାରକୁ ଦୁରେଇ ରହିବା ପାଇଁ ପରାମର୍ଶ ଦେବା ସହ ଏ ନେଇ ତଦନ୍ତ କରିବେ ବୋଲି କହିଥିବାର ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/31/1ebe6dec-adf4-4aaa-bfae-96536d87a037-2025-07-31-20-05-16.jpg)