ବେସାହାରା ତ୍ରିନାଥଙ୍କ ପାଇଁ ରିକ୍ସାବାଲା ସାହାରା

ଜୟପୁର: ନିରାଶ୍ରୟ, ବେସାହାରା, ବିଧବା ଓ ବୃଦ୍ଧବୃଦ୍ଧାଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଆଜି ଏହି ବର୍ଗର ବହୁ ଲୋକ ସରକାର ଯୋଜନାରୁ ବଞ୍ଚିତ ରହୁଛନ୍ତି । ଏଭଳି ଏକ ଚିତ୍ର ଆଜି ଜୟପୁର ସହରରେ ଦେଖିବାକୁ ମିଳିଛି । ନାମ ତ୍ରିନ୍ନାଥ ମାଳି,ବୟସ ପାଖାପାଖି ୬୩ ବର୍ଷ । କାନକୁ ଶୁଭୁନାହିଁ କି ଆଖିକୁ ଭଲ ଭାବେ ଦିଶୁନି। ବୟସର ଅପରାହ୍ନରେ ଅଣ୍ଟା ଭଲ ଭାବେ ସଳଖି ପାରୁନଥିବା ବେଳେ ଭଲ ଭାବେ ଚାଳି ପାରୁନାହାନ୍ତି ତ୍ରିନାଥ । ନିଜର ବୋଲି କେହି ନାହିଁ। ମୁଣ୍ଡ ଗୁଜିଂବାକୁ ଘର ନାହିଁ। ନୂଆ ମାର୍କେଟରେ ଜଣଙ୍କ ବାରଣ୍ଡାରେ ଦିନ କାଟୁଛନ୍ତି ତ୍ରିନାଥ। ଏହି ବୟସରେ ବି ତାଙ୍କୁ ନା ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ନା ଅଛି ଚାଉଲ କାର୍ଡ । ଏଭଳି ସ୍ଥିତିରେ ଭିକ୍ଷାବୃତ୍ତି କରି ବଂଚୁଛନ୍ତି। ବେସହାରା ତ୍ରିନାଥଙ୍କ ପାଇଁ ସାହାରା ପାଲଟିଛନ୍ତି ବି. ଡାଲିଆ ନାମକ ଜଣେ ରିକ୍ସାବାଲା। ତ୍ରିନାଥ ଚାଳି ପାରୁନଥିବାରୁ ପ୍ରତିଦିନ ଡାଲିୟା ନିଜ ରିକ୍ସାରେ ନୂଆ ମାର୍କେଟରୁ ଜଗନ୍ନାଥ ମନ୍ଦିର ସହ ଅନ୍ୟାନ୍ୟ ମନ୍ଦିରକୁ ବୁଲାଇଥାନ୍ତି। ମନ୍ଦିର ସମ୍ମୁଖରେ ବସି ତ୍ରିନାଥ ଭିକ୍ଷା ମାଗି ଦିନକୁ ଯାହା ମିଳେ ସେଥିରୁ ସେ ରିକ୍ସାବାଲା ଡାଲିଆକୁ ଦିନକୁ ୧୫ଟଙ୍କା । ବଳକା ଟଙ୍କାରେ ସେ ନିଜେ ଚଳନ୍ତି । ପ୍ରଶାସନ ତ୍ରିନାଥ ଭଳି ବେସାହରାଙ୍କୁ ଚିହ୍ନଟ କରି ଥଇଥାନ କରିବା ପାଇଁ ମତପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର